ଭୁବନେଶ୍ୱର,୨୬।୬(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ଶନିବାର ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ଶୁକ୍ରବାର ରାଜ୍ୟରେ ୨,୯୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩,୫୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨,୦୨୮ଜଣ କ୍ୱାରାଣ୍ଟାଇନ୍ରୁ ହୋଇଥିବା ବେଳେ ୧,୫୨୬ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୬୫୧ ଓ କଟକରୁୁ ୫୦୧ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୧୩୩, ବାଲେଶ୍ୱର ୨୭୧, ବରଗଡ଼ ୩୧, ଭଦ୍ରକ ୧୫୮, ବଲାଙ୍ଗୀର ୩୧, ବୌଦ୍ଧ ୩୩, ଦେବଗଡ଼ ୮, ଢ଼େଙ୍କାନାଳ ୫୬, ଗଜପତି ୨୪, ଗଞ୍ଜାମ ୨୨, ଜଗତସିଂହପୁର ୧୪୫, ଯାଜପୁର ୨୫୬, ଝାରସୁଗୁଡ଼ା ୧୧, କଳାହାଣ୍ଡି ୨୧, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୬୫, କୋରାପୁଟ ୬୯, ମାଲକାନଗିରି ୬୧, ମୟୁରଭଞ୍ଜ ୧୯୬, ନବରଙ୍ଗପୁର ୨୨, ନୟାଗଡ଼ ୧୦୦, ନୂଆପଡ଼ା ୨୦, ପୁରୀ ୨୩୩, ରାୟଗଡ଼ା ୬୧, ସମ୍ବଲପୁର ୧୮, ସୁବର୍ଣ୍ଣପୁର ୨୯, ସୁନ୍ଦରଗଡ଼ ୭୧ ଓ ଷ୍ଟେଟ ପୁଲରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୭,୦୬୨ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୬୦,୧୪୨ଜଣ ସୁସ୍ଥ ହୋଇଥିବା ବେଳେ ୩୩,୦୧୯ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.