ସାବରମତି ନଦୀରେ କୋଭିଡ-୧୯ ଭାଇରସ୍‌

ଅହମଦାବାଦ,୧୮।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି। କରୋନାକୁ ନେଇ ପ୍ରତିଦିନ କିଛି ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି। ଇତିମଧ୍ୟରେ ଗୁଜରାଟରୁ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାବରମତି ନଦୀରୁ କରୋନା ଭାଇରସ୍‌ ମିଳିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁଜରାଟ ଅହମଦାବାଦର ମଝିରୁ ବାହାରିଥିବା ସାବରମତି ନଦୀର ପାଣି ନମୁନା ଆଇଆଇଟି ଗାନ୍ଧୀନଗର ସଂଗ୍ରହ କରିଥିଲା। ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ପାଣିର ନମୁନାରେ କରୋନା ଭାଇରସ୍‌ ରହିଛି। ଏନେଇ ସୂଚନା ଦେଇଛନ୍ତି ଆଇଆଇଟି ଗାନ୍ଧୀନଗରର ପ୍ରଫେସର ମନୀଷ କୁମାର। ୨୦୨୦ ସେପ୍ଟେମ୍ବର ୩ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ ଏହି ନମୁନା ସଂଗ୍ରହ କରାଯାଇଥିଲା। ଏହାକୁ ଅଧ୍ୟୟନ କରାଯିବା ପରେ ପାଣିରେ କରୋନା ସଂକ୍ରମଣ ରହିଥିବା ଜଣାପଡ଼ିଥିଲା। କେବଳ ସେତିକି ନୁହେଁ ସାବରବତି ନଦୀ ବ୍ୟତୀତ ଅହମଦାବାଦର ଦୁଇଟି ବଡ଼ ପୋଖରୀ କାଙ୍କରିଆ ଓ ଚାନ୍ଦେଲାରେ ମଧ୍ୟ କରୋନା ଭାଇରସ୍‌ ଲକ୍ଷଣ ଦେଖିବାକୁ ମିଳିଛି। ସାବରମତି ପୂର୍ବରୁ ଗଙ୍ଗା ନଦୀ ସହ ସଂଯୁକ୍ତ ଥିବା ବିଭିନ୍ନ ସ୍ବରେଜରେ ବି କରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ପ୍ରାକୃତିକ ଜଳରେ ଏଭଳି କରୋନା ଲକ୍ଷଣ ଦେଖାଯିବା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରାକୃତିକ ଜଳରେ ମଧ୍ୟ ଭାଇରସ୍‌ ଜୀବିତ ହୋଇ ରହିଥାଏ। ତେଣୁ ବିଶେଷଜ୍ଞଙ୍କ ଅନୁସାରେ ଦେଶର ସମସ୍ତ ପ୍ରାକୃତିକ ଜଳର ଯାଞ୍ଚ କରାଯିବା ଉଚିତ୍‌। କାରଣ କରୋନାର ଦ୍ୱିତୀୟ ଲହରରେ ଭାଇରସ୍‌୍‌ର ଅନେକ ଗମ୍ଭୀର ମ୍ୟୁଟାଣ୍ଟ ଦେଖିବାକୁ ମିଳିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.