ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି। ଚାଇନା ଜାଣିଶୁଣି ଲାବ୍ରେ କରୋନା ଭୂତାଣୁ ତିଆରି କରିଥିବା ଆମେରିକା ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଛି। ଏବେ ଆମେରିକାକୁ ଚାଇନା ବିରୋଧ କରିବା ଆରମ୍ଭ କରିଛି। ଚାଇନା କହିଛି ଯେ, କରୋନା ମହାମାରୀ ଭୂାଣୁର ଉତ୍ପତ୍ତି ଆମେରିକାରେ ହୋଇଛି। ଚାଇନାର ମହାମାରୀ ବିଜ୍ଞାନୀ ତଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନ୍ଶନ୍ର ମୁଖ୍ୟ ଜେଙ୍ଗୁ ଗୁଆଙ୍ଗ୍ କହିଛନ୍ତି ଯେ, ଚାଇନାରେ କରୋନା ସଂକ୍ରମଣର ପ୍ରଥମ ଘଟଣା ଚିହ୍ନଟ ହେବାର ସପ୍ତାହେ ପୂର୍ବରୁ ଡିସେମ୍ବର ପ୍ରଥମ ଭାଗରେ ଆମେରିକାର ୭ଟି ରାଜ୍ୟରେ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୯ ଡିସେମ୍ବର ପ୍ରଥମ ଭାଗରେ ଆମେରିକାରେ ଏଭଳି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସେ ଦାବି କରିଛନ୍ତି। ଏନେଇ ଆମେରିକାକୁ ପଚରାଉଚରା କରାଯିବା ଆବଶ୍ୟକ ବୋଲି ଗୁଆଙ୍ଗ୍ କହିଛନ୍ତି। ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଜାରି ରହିଥିବା କାଦୁଅ ଫିଙ୍ଗାରୁ ଶୀତଳ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.