ଡା. ଉମେଶ ଚନ୍ଦ୍ର ପାତ୍ର
ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି ଏବଂ ଭୟାବହ କରୋନା ମହାମାରୀ ଦିନକୁ ଦିନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି କରୁଛି। ବିଶ୍ୱର ସାର୍ବଜନୀନ ପରିବେଶଗତ ସ୍ବାସ୍ଥ୍ୟ ପ୍ରତି ଜୈବଭେଷଜ ବର୍ଜ୍ୟଗୁଡ଼ିକ ବିପଦ ସୃଷ୍ଟି କରିଚାଲିଥିବା କଥା ସମସ୍ତଙ୍କୁ ଜଣା। ଏଥିସହିତ ବିଶେଷକରି ମହାମାରୀ କୋଭିଡ୍-୧୯ ପରିପ୍ରେକ୍ଷୀରେ ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢ଼ିଚାଲିଥିବା ବେଳେ ଏହାର କରାଳ ଛାପ ପୃଥିବୀର ପରିବେଶକୁ ଆହୁରି ସଙ୍କଟମୟ କରିଦେବ ବୋଲି ଆଶଙ୍କା ଦେଖାଯାଇଛି। ଭାରତର କେନ୍ଦ୍ରୀୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ, କୋଭିଡ୍-୧୯ ପୀଡ଼ିତଙ୍କ ରୋଗ ନିରୂପଣ ଓ ଚିକିତ୍ସା ବାବଦରେ ପ୍ରତ୍ୟହ ୧୪୬ ଟନ୍ ଜୈବ ଭେଷଜ ବର୍ଜ୍ୟବସ୍ତୁ ଉପତ୍ନ୍ନ ହେଉଛି। ଏପରି ଭାବେ ୨୦୨୦ ଜୁନ୍ରୁ ୨୦୨୧ ମେ ୧୦ ଯାଏ ଏଇ ବର୍ଷକ ଭିତରେ ଦେଶରେ ୪୫,୩୦୮ଟନ୍ ଜୈବ ଭେଷଜ ବର୍ଜ୍ୟ ସୃଷ୍ଟି ହୋଇଛି।
ଦେଶରେ କୋଭିଡ୍ ଆବିର୍ଭାବ ପୂର୍ବରୁ ଦୈନିକ ୬୧୫ ଟନ୍ ଜୈବ ଭେଷଜ ବର୍ଜ୍ୟ ବାହାରୁଥିବା ବେଳେ ଏଥିରେ ଯୋଗହୋଇଥିବା ପ୍ରାୟ ୨୪ ପ୍ରତିଶତର ଏହି ଅତିରିକ୍ତ ପରିମାଣ ପରିବେଶକୁ ଆହୁରି ଅଧିକ ପ୍ରଦୂଷିତ କରିପକାଉଥିବା ସ୍ପଷ୍ଟ ହୋଇଛି। ପ୍ରତ୍ୟହ ଉପତ୍ନ୍ନ ହେଉଥିବା ବର୍ଜ୍ୟରେ ସ୍ବାଭାବିକ ଭାବେ ଘଟୁଥିବା ସଦ୍ୟ ଯୋଡ଼ି ହୋଇଥିବା ମାସ୍କ, ପିପିଇ କିଟ୍, ସିରିଞ୍ଜ, ଗ୍ଲୋଭ୍ସ ପରି ଜୈବ ଭେଷଜ ବର୍ଜ୍ୟଗୁଡ଼ିକ ଆମ ଜୈବ ପ୍ରଣାଳୀରେ ଅଧିକ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ଅପରପକ୍ଷେ, ଏହି ଜୈବଭେଷଜ ବର୍ଜ୍ୟ ବ୍ୟତୀତ ଲୋକେ ଏହି ମହାମାରୀ ବେଳେ ନିଜ ଦୁଆର ମୁହଁରେ ଯୋଗାଣ ସେବା ମାଧ୍ୟମରେ ପାଉଥିବା ସାମଗ୍ରୀଗୁଡ଼ିକର ପ୍ୟାକିଂ ଆଦିରେ ମଧ୍ୟ ଅନେକ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି। ତେଣୁ ସର୍ବତ୍ର ବିକ୍ଷିପ୍ତ ଭାବେ ପଡ଼ିରହିଥିବା ଏହି ବର୍ଜ୍ୟବସ୍ତୁଗୁଡ଼ିକର କିିପରି ସୁପରିଚାଳନା ହେବ ସେ ଦିଗରେ ପ୍ରତ୍ୟେକ ନାଗରିକ ସଚେତନ ହୋଇ ପରିବେଶ ସୁରକ୍ଷା ପାଇଁ ସମୟୋଚିତ ପଦକ୍ଷେପ ନେବା ବଡ଼କଥା।
ଅନେକେ ହୁଏତ ଜାଣି ନ ଥିବେ ଯେ, କରୋନାର ବର୍ଜ୍ୟବସ୍ତୁ ବର୍ତ୍ତମାନ ସହିତ ଆଗାମୀ ଦିନ ପାଇଁ ଏକ ଭୟଙ୍କର ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି କରିବାକୁ ଯାଉଛି। କାରଣ କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ଗ୍ଲୋଭ୍ସ କୁହନ୍ତୁ ବା ପିପିଇ କିଟ, ମାସ୍କ ହେଉ ବା ଫେସ ସିଲିକର ଏସବୁ ଠିକ୍ ଭାବେ ବର୍ଜ୍ୟ ହେବାପରେ ଯଦି ଏହାର ଚିକିତ୍ସା ବ୍ୟବସ୍ଥା ଅନୁଯାୟୀ ନଷ୍ଟ କରା ନ ଯିବ ତାହାହେଲେ ଏହା ଯେଉଁ ପ୍ରକାର ବିପଦ ଭିତରକୁ ପୃଥିବୀବାସୀଙ୍କୁ ଠେଲି ଦେବ ତାହା କଳ୍ପନାର ବାହାରେ। ଆଜିକା ସମୟରେ ସମଗ୍ର ବିଶ୍ୱରେ କରୋନା ପାଇଁ ପ୍ରତି ମାସରେ ୯୦ଲକ୍ଷ ମାସ୍କ, ୬୭ଲକ୍ଷ ଗ୍ଲୋଭ୍ସ ଓ ୧୬ଲକ୍ଷ ଗଗଲସର ଆବଶ୍ୟକତା ପଡ଼ୁଛି। ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ। କାରଣ ଦେଶରେ ଦିନକୁ ୪.୫ଲକ୍ଷ ପିପିଇ କିଟ୍ ତିଆରି ହେଉଛି, ତେବେ ଏସବୁର ବ୍ୟବହାର ହେଉଥିବାବେଳେ ଏହାର ନଷ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ବ୍ୟୟସାପେକ୍ଷ ଓ ଏଥିତ୍ପାଇଁ ଏକ ବଡ଼ ସାଧନ ବି ଦରକାର। କୋଭିଡ୍ ଡାକ୍ତରଖାନାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଥିଲେ ମଧ୍ୟ ଆଗାମୀ ୨୦୨୨ ସୁଦ୍ଧା ଦେଶରେ ଦୈନିକ ୭୭୫ଟନ୍ରୁ ଅଧିକ ମେଡିକାଲ ବର୍ଜ୍ୟ ବାହାରିବାର ସମ୍ଭାବନା ରହିଛି; ଯାହାର ପରିଣାମ ବର୍ତ୍ତମାନ ହେଉଛି ୫୫୦ ଟନ୍।
ହସ୍ପିଟାଲ କିମ୍ବା କୋଭିଡ୍ ୱାର୍ଡରୁ ବାହାରୁଥିବା ମେଡିକାଲ ବର୍ଜ୍ୟକୁ ଏବେ ସଂଗ୍ରହ କରାଯାଉଛି ଓ ସରକାରଙ୍କ ଗାଇଡ୍ଲାଇନ ଅନୁଯାୟୀ ନଷ୍ଟ କରାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଗାଇଡ୍ଲାଇନ ଅନୁଯାୟୀ ମେଡିକାଲ ପେସେଣ୍ଟ ଓ ହସ୍ପିଟାଲ ଷ୍ଟାଫ୍ ବ୍ୟବହାର କରୁଥିବା ମାସ୍କ ଏବଂ ଅନ୍ୟ ମେଡିକାଲ କିଟ୍ଗୁଡ଼ିକୁ ଠିକ୍ ଭାବେ ବିଶୋଧନ କରାଯିବା ସହ ଉଚ୍ଚତାପମାତ୍ରାରେ ନଷ୍ଟ କରି ଦିଆଯିବ। କିନ୍ତୁ ସାଧାରଣ ଲୋକମାନଙ୍କ ପାଇଁ ସେପରି କିଛି ସୂଚନା ବା ଗାଇଡ୍ଲାଇନ ନିଧାର୍ଯ୍ୟ ହୋଇନାହିଁ। ଚିନ୍ତା ହେଉଛି ଏହା ବ୍ୟବହୃତ ପରେ ଏହାର ନଷ୍ଟ କରିବାର ପ୍ରକ୍ରିୟା। କରୋନା ଚିକିତ୍ସା କ୍ଷେତ୍ରରେ ପ୍ରତ୍ୟହ ବ୍ୟବହୃତ ହେଉଥିବା ପିପିଇ କିଟ୍, ଗ୍ଲୋଭ୍ସ ଓ ମାସ୍କ ଏସବୁକୁ ବ୍ୟବହାର ପରେ ବାହାରେ ଫିଙ୍ଗି ଦିଆଗଲେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ବଢ଼ିଯାଏ। ସାଧାରଣରେ ବୁଲୁଥିବା ପଶୁପକ୍ଷୀମାନେ ଏହାକୁ ଖାଇଲେ ସେମାନଙ୍କ ପାଇଁ ଗୁରୁତର ରୋଗ ସୃଷ୍ଟି କରିବା ସହ ଏହା ମଧ୍ୟ ସେମାନଙ୍କର ମୃତ୍ୟୁର କାରଣ ହେବ। ଏନ୍-୯୫ ମାସ୍କ ପଲିପ୍ରୋପିଲିନ ପ୍ଲାଷ୍ଟିକରେ ତିଆରି କରାଯାଏ। ଫେସ ସିଲ୍କ ଓ ଗଗଲସ ଫେସ ସିଲ୍କ ପିଇଟି ପ୍ଲାଷ୍ଟିକ ଓ ଗଗଲ୍ସ ପଲିକାବୋନେଟ ପ୍ଲାଷ୍ଟିକରେ ତିଆରି ହୋଇଥାଏ। ଗ୍ଲୋଭ୍ସ ଏହା ଲ୍ୟାଟେକ୍ସ କିମ୍ବା ନାଇଟ୍ରେଇଲ ରବରରେ ତିଆରି ହୋଇଥାଏ। ଗାଉନ୍ ଓ ପିପିଇ କିଟ୍ ଏହା ମଧ୍ୟ ପିଇଟି ପ୍ଲାଷ୍ଟିକରେ ତିଆରି କରାଯାଏ। କରୋନା ମହାମାରୀ ଏବେ ବିଶ୍ୱ ପାଇଁ ଯେପରି ଆତଙ୍କ ସୃଷ୍ଟି କରିଛି ଏହା କବଳରୁ ମୁକୁଳିବା ଏବେ ସମସ୍ତଙ୍କ ପାଇଁ ପ୍ରାଥମିକତା ପାଲଟିଛି। ତେବେ ଏହାର ଅର୍ଥ ନୁହେଁ ଆମେ ବର୍ତ୍ତମାନର କଥା ଚିନ୍ତା କରି ଭବିଷ୍ୟତ କଥା ଭୁଲିଯିବା; ଯଦ୍ଦ୍ବାରା ଆଗାମୀ ଦିନରେ କରୋନାଠାରୁ ଆହୁରି ଏକ ଭୟଙ୍କର ଭାଇରସ୍ ସୃଷ୍ଟି ହୋଇ ଆମ ପ୍ରଗତିର ବାଟ ଓଗାଳିବ।
କରୋନାରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ସୁରକ୍ଷା ଉପକରଣଗୁଡ଼ିକୁ କିପରି ଠିକ୍ ଭାବରେ ନଷ୍ଟ କରାଯାଇପାରିବ ଏହା ଉପରେ ଆମେ ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ। ବିଭିନ୍ନ ଦେଶରେ ବହୁ ସ୍ବାସ୍ଥ୍ୟ ସଙ୍ଗଠନ ଓ ଘରୋଇ ବର୍ଜ୍ୟ ପରିଚାଳନା କମ୍ପାନୀ ଏ ଦିଗରେ ତପତ୍ରତା ପ୍ରକାଶ କରିଥିବା ବେଳେ ସରକାର ମଧ୍ୟ ଏହାର ସମାଧାନ ବାହାର କରିବା ଦିଗରେ ତପତ୍ରତା ପ୍ରକାଶ କରିବା ଉଚିତ। ଏହା ସହ ସାଧାରଣ ଜନତା ମଧ୍ୟ କରୋନା ବର୍ଜ୍ୟ ନଷ୍ଟ କରିବା ସମୟରେ ସରକାରଙ୍କ ଗାଇଡ୍ଲାଇନ ଅନୁସରଣ କରିବା ଉଚିତ। ବିଶ୍ୱସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମଧ୍ୟ ସମସ୍ତ ସୁସ୍ଥ ବ୍ୟକ୍ତିଙ୍କୁ କପଡ଼ାରେ ତିଆରି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ତେବେ କପଡ଼ାରେ ତିଆରି ଏହି ମାସ୍କ ତିନି ପରସ୍ତ ହେବା ଉଚିତ। କପଡ଼ାରେ ତିଆରି ମାସ୍କକୁ ଆପଣ ଭଲ ଭାବେ ସଫା କରି ପୁନର୍ବାର ମଧ୍ୟ ବ୍ୟବହାର କରିପାରିବେ। ଆଜିର କରୋନା ପ୍ରକୋପ ସମୟରେ ବିଶ୍ୱ ପାଇଁ କରୋନାର ବର୍ଜ୍ୟ ବିପଦ ଅହେତୁକ ଭୟ ସୃଷ୍ଟି କରିବାକୁ ଯାଉଛି।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ, ମୋ:୯୪୩୭୦୫୧୯୫୭
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.