୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍‌ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ହୋଇଥିବାରୁ ଦୈନିକ ସଂକ୍ରମଣରେ ହ୍ରାସ ଘଟିବା ସହ ସୁସ୍ଥହାର ମଧ୍ୟ ବଢ଼ିବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟା ଏବେ ବି ଚିନ୍ତାର କାରଣ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୭୦,୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୯୨୧ଜଣ ବ୍ୟକ୍ତିଙ୍କ କରୋନାଜନିତ ମୃତ୍ୟୁ ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ୧ଲକ୍ଷ ୧୯ହଜାର ୫୦୧ଜଣ ସୁସ୍ଥ ହୋଇଛନ୍ତି। ଅର୍ଥାତ୍‌ ଗତ କିଛି ଦିନରୁ ଦେଶରେ ୫୩,୦୦୧ ସକ୍ରିୟ ମାମଲା ହ୍ରାସ ପାଇଛି। ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ୫୩,୪୮୦ ମାମଲା ଚିହ୍ନଟ ହୋଇଥିଲା। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ ମୋଟ ୨କୋଟି ୯୫ ଲକ୍ଷ ୧୦ହଜାର ୪୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୩.୭୪ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦେଶରେ ସକ୍ରିୟ ମାମଲା ବି ହ୍ରାସ ପାଇଛି। ୧୦ଲକ୍ଷରୁ ତଳକୁ ଖସି ୯.୭୩ ଲକ୍ଷରେ ପହଞ୍ଚିଛି। ସୂଚନା ମୁତାବକ ଜୁନ ୧୩ ପର୍ଯ୍ୟନ୍ତ ସାରା ଦେଶରେ ୨୫କୋଟି ୪୮ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.