ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ ହସ୍ପିଟାଲରେ ମୃତକଙ୍କ ମୃତଦେହ ଗଦା ହେବାରେ ଲାଗିଛି। ତାମିଲନାଡୁର ଥେନି ଅଞ୍ଚଳର ଓ୍ବିଲାକ୍କୁସ୍ଥିତ ସରକାରୀ ହସ୍ପିଟାଲରେ ପଡ଼ିରହିଥିବା କରୋନା ମୃତକଙ୍କ ମୃତଦେହ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଭରିଦେଇଛି। ମୃତଦେହ ଗଦା ଭିତରୁ ନିଜର ପ୍ରିୟପରିଜନଙ୍କୁ ଖୋଜିବାକୁ ପଡୁଛି। ଏଭଳି ହୃଦୟ ବିଦାରକ ଦୃଶ୍ୟ ମୃତକଙ୍କ ପରିବାରଙ୍କ କୋହକୁ ବଢ଼ାଇ ଦେଉଛି। ନୀଳ ରଙ୍ଗ ପଲିଥିନ୍ରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ପ୍ୟାକ୍ କରି ରଖାଯାଇଛି। ଏବେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ କରୋନାରେ ହୋଇଥିଲା। ପରିବାର ସଦସ୍ୟ ମୃତଦେହ ନେବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲ କର୍ମଚାରୀ ନିଜେ ନିଜର ପ୍ରିୟଜନଙ୍କ ମୃତଦେହ ଖୋଜି ନେବାକୁ ପରିବାର ସଦସ୍ୟଙ୍କୁ କହିଥିଲେ। ପରିବାର ସଦସ୍ୟ ମୃତଦେହ ରଖାଯାଇଥିବା ସ୍ଥାନରେ ପହଞ୍ଚି ସେଠାକାର ସ୍ଥିତି ଦେଖି ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ। ପ୍ରତି ମୃତଦେହ ମୁହଁରୁ ପଲିଥିନ୍ କାଢ଼ି ପରିବାର ସଦସ୍ୟ ଶେଷରେ ନିଜ ସମ୍ପର୍କୀୟଙ୍କୁ ଖୋଜି ପାଇଥିଲେ।
Posted inକରୋନା ଭାଇରସ୍, ଜାତୀୟ View All
ଆଉ ଏକ ମହାଅଭିଯାନ କଲେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ମହାଅଭିଯାନ ଆରମ୍ଭ କରିଛନ୍ତି। ୨୬ଟି ରାଜ୍ୟର ୧୧୧ଟି ତାଲିମ କେନ୍ଦ୍ରରୁ କରୋନା ସ୍ବାସ୍ଥ୍ୟସେବା ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ...
ପାଣି ଘେରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ
ପାଟନା,୨୬।୬: ମୌସୁମୀ ବର୍ଷାରେ ବେହାଲ ବିହାର। ଶୁକ୍ରବାର ରାତିରେ ବିହାରର ରାଜଧାନୀ ପାଟନାରେ ହୋଇଥିବା ବର୍ଷା ଯୋଗୁ ଚାରିଆଡେ ଜଳାର୍ଣ୍ଣବ ହୋଇଯାଇଛି। ବିଧାନସଭା ପରିସରରେ ପ୍ରାୟ...
ରାଜ୍ୟକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨ା୬: ମହାମାରୀ ସମୟରେ ଜେଲରେ ଭିଡ଼ କମାଇବା ପାଇଁ କେତେଜଣ କଏଦୀଙ୍କୁ ଜାମିନ ଦିଆଯାଇଛି ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବିସ୍ତୃତ...
ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ
ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...
୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା
ଲଣ୍ଡନ,୪।୬: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହି ସଙ୍କଟରୁ ଶୀଘ୍ର ମୁକୁଳିବା ପାଇଁ ସମଗ୍ର ଦେଶ ଟିକାକରଣକୁ ଗୁରୁତ୍ୱ ଦେଇ ଏହି ଅଭିଯାନକୁ...
ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍ କମ୍ ଦେଖାଯାଏ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): କୋଭିଡ୍ରୁ ସୁସ୍ଥ ହେବା ପରେ ବି ଆକ୍ରାନ୍ତଙ୍କ ଶରୀରରେ ଅନେକ ଲକ୍ଷଣ ଦେଖାଯାଉଛି। ଅତିଶୀଘ୍ର ଅବଶ ହୋଇପଡ଼ିବା, ରାତିରେ ନିଦ ନ ହେବା, ଭୋକ...
ଅମରନାଥ ଯାତ୍ରା ବନ୍ଦ
ନୂଆଦିଲ୍ଲୀ,୨୧।୬: ଜମ୍ମୁ-କଶ୍ମୀର ପ୍ରଶାସନ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରି ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ କରିଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର...
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...


