ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ ହସ୍ପିଟାଲରେ ମୃତକଙ୍କ ମୃତଦେହ ଗଦା ହେବାରେ ଲାଗିଛି। ତାମିଲନାଡୁର ଥେନି ଅଞ୍ଚଳର ଓ୍ବିଲାକ୍କୁସ୍ଥିତ ସରକାରୀ ହସ୍ପିଟାଲରେ ପଡ଼ିରହିଥିବା କରୋନା ମୃତକଙ୍କ ମୃତଦେହ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଭରିଦେଇଛି। ମୃତଦେହ ଗଦା ଭିତରୁ ନିଜର ପ୍ରିୟପରିଜନଙ୍କୁ ଖୋଜିବାକୁ ପଡୁଛି। ଏଭଳି ହୃଦୟ ବିଦାରକ ଦୃଶ୍ୟ ମୃତକଙ୍କ ପରିବାରଙ୍କ କୋହକୁ ବଢ଼ାଇ ଦେଉଛି। ନୀଳ ରଙ୍ଗ ପଲିଥିନ୍ରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ପ୍ୟାକ୍ କରି ରଖାଯାଇଛି। ଏବେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ କରୋନାରେ ହୋଇଥିଲା। ପରିବାର ସଦସ୍ୟ ମୃତଦେହ ନେବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲ କର୍ମଚାରୀ ନିଜେ ନିଜର ପ୍ରିୟଜନଙ୍କ ମୃତଦେହ ଖୋଜି ନେବାକୁ ପରିବାର ସଦସ୍ୟଙ୍କୁ କହିଥିଲେ। ପରିବାର ସଦସ୍ୟ ମୃତଦେହ ରଖାଯାଇଥିବା ସ୍ଥାନରେ ପହଞ୍ଚି ସେଠାକାର ସ୍ଥିତି ଦେଖି ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ। ପ୍ରତି ମୃତଦେହ ମୁହଁରୁ ପଲିଥିନ୍ କାଢ଼ି ପରିବାର ସଦସ୍ୟ ଶେଷରେ ନିଜ ସମ୍ପର୍କୀୟଙ୍କୁ ଖୋଜି ପାଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.