ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ ଏନ୍ଫୋର୍ସମେଣ୍ଟ ଟିମ୍ର ଚଢ଼ାଉ ହେଉ ନ ଥିବାରୁ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଏହି ଆଇନ ଉଲ୍ଲଂଘନ ହୋଇଥିଲେ ମଧ୍ୟ ଗତ ୫ମାସ ହେବ ପୋଲିସ ପକ୍ଷରୁ ଜରିମାନା ଆଦାୟ ହୋଇ ନ ଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଏହି ଆଇନ ଶୀତଳ ଭଣ୍ଡାରରେ ପଡ଼ିରହିଛି। ଏଥିଯୋଗୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଧୂମପାନମୁକ୍ତ ବେଗୁନିଆ ଥାନା ଅଞ୍ଚଳ ଘୋଷଣା ପ୍ରଶାସନର ଭେଳିକି ବୋଲି ସାଧାରଣରେ କୁହାଯାଉଛି।
ସୂୂଚନା ମୁତାବକ, ୨୦୧୨ ଜୁନରେ କୋଟପା ଆଇନ(୨୦୦୩)କୁ ଖୋର୍ଦ୍ଧା ଜିଲାରେ ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୋଷ୍ଟର, ବ୍ୟାନର, ବିଜ୍ଞାପନ ଓ ଡାକବାଜି ଯନ୍ତ୍ରରେ ଜନସଚେତନତା ଅଭିଯାନର ଏକ ମାସ ପରେ ବେଗୁନିଆ ଅଞ୍ଚଳରେ ନିୟମ ଲାଗୁ ହୋଇଥିଲା। ଆଇନ କାର୍ଯ୍ୟକାରୀ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ରେ ଏଡିଏମ୍ଓ ଜନସ୍ବାସ୍ଥ୍ୟ, ଜିଲାର ବିଭିନ୍ନ ଥାନା ଅଧିକାରୀ ସହ ବେଗୁନିଆ ଆଇଆଇସି, ଡ୍ରଗ୍ସ ଇନ୍ସପେକ୍ଟର, ଫୁଡ୍ ସେଫ୍ଟି ଅଫିସର ଏବଂ ଜଣେ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ରହିଥିଲେ। ଏହି ଟିମ୍ ପ୍ରତି ମାସରେ ୫ଦିନ ଜିଲାର ବିଭିନ୍ନ ସ୍ଥାନରେ ବୁଲି ତମାଖୁ ସେବନକାରୀଙ୍କୁ ଧରି ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ବେଗୁନିଆ ଥାନା ଅଧିକାରୀଙ୍କୁ ଜରିମାନା ଆଦାୟ ଲାଗି ମଧ୍ୟ ରସିଦ୍ ବହି ଦିଆଯାଇଥିଲା। ଏହିି ଥାନା ଅଧୀନ ସ୍କୁଲ, କଲେଜ ନିକଟରେ ତମାଖୁ ଦ୍ରବ୍ୟ ବିକ୍ରି ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗତ ଜାନୁୟାରୀରେ ବେଗୁନିଆ ଓ ଚଟୁଆ ବଜାର ଅଞ୍ଚଳରେ ଧୂମପାନ ସେବନ କରୁଥିବା ସମୟରେ ୯ଜଣଙ୍କଠାରୁ ୧୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହା ପରେ ଜରିମାନା ଆଦାୟ ବନ୍ଦ ରହିଛି। ଏ ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କହିଛନ୍ତି, ଏଠାରେ ମୁଁ ନୂତନ ଭାବେ ଯୋଗଦେଇଛି। ଏବେ କୋଭିଡ୍ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗକୁ ଏହି ଅଞ୍ଚଳରେ କୋଟପା ଆଇନକୁ କଡ଼ାକଡ଼ିି କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କୋଟପା ଆଇନ (୨୦୦୩)ର ସେକ୍ସନ ୪ ଅନୁଯାୟୀ ସ୍କୁଲ, କଲେଜ, ଅଡିଟୋରିୟମ, ବସ୍ଷ୍ଟାଣ୍ଡ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ ଟଙ୍କା ଜରିମାନା ଦେବାକୁ ନିୟମ ରହିଛି। ସେହିପରି ଜଣେ ସେବନକାରୀଙ୍କଠାରୁ ଏକାଧିକ ଥର ଜରିମାନା ଆଦାୟ କରାଯାଇପାରିବ। ସେକ୍ସନ ୬(ଏ) ଅନୁଯାୟୀ ୧୮ବର୍ଷରୁ କମ୍ ବୟସର ପିଲାମାନେ ସିଗାରେଟ୍ ଓ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରିପାରିବେ ନାହିଁ। ଶିକ୍ଷାନୁଷ୍ଠାନର ଶହେ ଗଜ ଦୂର ମଧ୍ୟରେ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରାଯାଇ ପାରିବ ନାହିଁ। ଏଥିପାଇଁ ମଧ୍ୟ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
ଦେବଗଡ଼,୨୮ା୫: ଦେବଗଡ଼ ଥାନା ଅଧୀନ ଶୁଳିଆ ପୋଲତଳୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ୨୩ ତାରିଖରେ ଉଦ୍ଧାର କରାଯାଇଥିଲା। ପରେ…
This website uses cookies.