ବରଗଡ଼ ଅଫିସ୍,୨୫।୬: ପୋଲିସକୁ ଚଖ୍ମା ଦେବା ପାଇଁ କଫ ସିରପ୍ ଚାଲାଣରେ ବ୍ୟବହାର ହେଉଥିଲା ପ୍ରେସ୍ ଲେଖାଥିବା ଗାଡି। ବିଶେଷ ସୂତ୍ରରୁ ଖବର ପାଇ ଓଆର୦୨ବିଏଫ୍/୫୯୯୮ ନମ୍ବର ଥିବା ଏକ କାରକୁ ଅଟକାଇ ଥିଲା ପୋଲିସ। ଗାଡିର ତଲାସି ବେଳେ ମିଳିଥିଲା ବିପୁଳ ପରିମାଣର କଫ ସିରପ୍। ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ବରଗଡ଼ ଟାଉନ ଥାନା ପୋଲିସ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୯ ନୂଆପଡ଼ାର ସରୋଜ ଭୋଇ(୨୬), ଅବଦେଶ ତ୍ରିପାଠୀ(୩୮), ରାଧାକାନ୍ତ ଭୋସାଗର(୩୫) ଓ ଜଣେ ମହିଳା। ସେମାନଙ୍କ ପାଖରୁ ୧୨୯୦ ବୋତଲ କଫ ସିରପ୍, ୨୦ ପ୍ୟାକେଟ୍ ନାଇଟ୍ରୋଶନ ଟାବଲେଟ୍, ୨ଟି କାର୍, ମୋବାଇଲ, ୫ହଜାର ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏକ ମାମଲା (ନଂ.୨୮୦/୨୧) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ଜବତ ଏକ କାର୍ରେ ପ୍ରେସ୍ ଲେଖାଯାଇଥିବା ବରଗଡ଼ ଟାଉନ ଥାନାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ମଧ୍ୟ ଉପସ୍ଥିତ ଥିଲେ ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.