ଓଡ଼ିଶାରେ ନକଲି ଔଷଧ କାରବାର ପୁରୁଣା

ଭୁବନେଶ୍ୱର,୧୫।୬(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣକୁ ନେଇ ଜୀବନ ଜୀବିକା ସହ ଲଢ଼େଇ ଚାଲିଥିବା ବେଳେ ନକଲି ଔଷଧ କାରବାର ରାଜ୍ୟର ଜନସାଧାରଣଙ୍କୁ ବିପଦ ମୁହଁକୁ ଠେଲି ଦେଇଛି। କରୋନା ସଂକ୍ରମିତଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଫାଭିପିରାଭିର ଟାବ୍‌ଲେଟ(ଫାବିମାକ୍ସ-୪୦୦), ଭିଟାମିନ-ସି, ଆଜିଥ୍ରୋମାଇସିନ୍‌ ଭଳି ୯ ପ୍ରକାର ନକଲି ଔଷଧ ଓଡ଼ିଶା ବଜାରରେ କାରବାର ହୋଇ ଚାଲିଛି। ଗତ କିଛିଦିନ ହେବ କଟକ, ଭୁବନେଶ୍ୱର ସମେତ ବଲାଙ୍ଗୀର, ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ରାଉରକେଲାରୁ ନକଲି ଔଷଧ ଠାବ କରାଯାଇଛି। ଜବତ ଔଷଧର ନମୁନା ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଯାଇଥିବାବେଳେ ଏହା ନକଲି ବୋଲି ଜଣାପଡ଼ିଛି। ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ହିମାଚଳ ପ୍ରଦେଶ ସୋଲାନ୍‌ଠାରେ ଥିବା ମାସ୍କ ରିଲିଫ ହେଲ୍‌ଥ କେୟାର ନାମକ ଔଷଧ ନିର୍ମାତା କମ୍ପାନୀ ଫାବିପିରାଭିର ଟାବଲେଟ(ଫାବିମାକ୍ସ-୪୦୦) ଯୋଗାଉଥିବା ଜଣାପଡ଼ିବା ପରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା। ତେବେ ସେଭଳି କୌଣସି ସଂସ୍ଥା ହିମାଚଳ ପ୍ରଦେଶରେ ନ ଥିବା ଖୋଳତାଡ଼ରୁ ଜଣାପଡ଼ିଥିଲା। ସେହି ସଂସ୍ଥା ନାମରେ ଆସିଥିବା ନକଲି ଔଷଧ ଓଡ଼ିଶା ବଜାରରେ ପ୍ରବେଶ ସୂଚନା ପାଇବା ପରେ ରାଜ୍ୟର ବିଭିନ୍ନ ଔଷଧ ଦୋକାନରେ ଜୁନ୍‌ ୧୧ରୁ ଚଢ଼ାଉ ଜାରି ରହିଛି। ଫାବିମାକ୍ସ-୪୦୦ ନକଲି ଔଷଧକୁ କଟକ କନିକାଛକସ୍ଥିତ ମେଡିଲଏଡ୍‌ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡ୍‌ କ୍ରୟ କରିଥିଲା। କଟକ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଯାଞ୍ଚ ପରେ ଏହି ଘଟଣା ଜଣାପଡ଼ିଥିଲା। ଉତ୍ତର ପ୍ରଦେଶ ଗୌତମ ବୁଦ୍ଧନଗର ସ୍ଥିତ ମାସ୍କ ରିଲିଫ୍‌ ହେଲ୍‌ଥ କେୟାର୍‌ଠାରୁ ମେଡିଲଏଡ୍‌ ୫୮ ହଜାର ଟାବଲେଟ କ୍ରୟ କରିଥିଲା। ସେଥିରୁ ସମ୍ପୃକ୍ତ ସଂସ୍ଥା ୪୦,୬୦୦ ଟାବଲେଟ ମଧ୍ୟପ୍ରଦେଶ ଗୋଆଲିୟର ସ୍ଥିତ ମହାଦେବ ମେଡିକାଲ୍ସକୁ ଯୋଗାଣ କରିଥିବା ଚଢ଼ାଉ ବେଳେ ଜଣାପଡିଥିଲା। ବଳକା ୧୭,୪୦୦ ଟାବଲେଟ୍‌ରୁ ୪୦୦ ପରୀକ୍ଷା ପାଇଁ ଅଣାଯାଇଥିବା ବେଳେ ୧୭ ହଜାର ଟାବଲେଟ୍‌ ଜବତ କରାଯାଇଥିଲା। ମାସ୍କ ରିଲିଫ୍‌ ହେଲ୍‌ଥ କେୟାରଠାରୁ ଆହୁରି ୯ ପ୍ରକାର ଔଷଧ କ୍ରୟ କରାଯାଇଥିବା ଚଢ଼ାଉ ବେଳେ ଜଣାପଡ଼ିଥିଲା। ସେଥିରୁ ୯ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଅନ୍ୟଗୁଡିକୁ ଜବତ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏସବୁ ବିଷୟ ବାହାରିବା ପରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଦ୍ୱାରା ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା ଏବଂ ଭୁବନେଶ୍ୱରରେ ଚଢ଼ାଉ କରାଯାଇ କେତେକ ଔଷଧ ଦୋକାନରୁ ନକଲି ଔଷଧ ଜବତ କରାଯାଇଥିଲା। ଏହି ଚଢ଼ାଉ ୧୪ ଜିଲାରେ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅସାଧୁ ବ୍ୟବସାୟୀମାନେ ନିଜର ମୁନାଫାଖୋର ମନୋଭାବ ପାଇଁ ଲୋକଙ୍କ ଜୀବନକୁ ବାଜି ଲଗାଉଛନ୍ତି। ଜୀବନ ବିକଳରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ କିଣି ସର୍ବସ୍ବାନ୍ତ ହେଉଛନ୍ତି। ରୋଗ ଭଲ ହେବା ବଦଳରେ ନକଲି ବିଷାକ୍ତ ଔଷଧ ଜାଲରେ ଛନ୍ଦି ହୋଇ ଜୀବନ ହରାଉଛନ୍ତି।
ରାଜ୍ୟରେ ନକଲି ଔଷଧ କାରବାର କିଛି ନୂଆ କଥା ନୁହେଁ। ବିଭିନ୍ନ ସମୟରେ ଭେଜାଲ ଔଷଧ କାରବାର ବଢି ଚାଲିଥିଲେ ମଧ୍ୟ ନିୟମିତ ଯାଞ୍ଚ ଅଭାବ ଏବଂ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କର ସାଲିସିଖୋର ମନୋଭାବ ଅସାଧୁ ବ୍ୟବସାୟୀଙ୍କ ପାଇଁ ରାସ୍ତା ଖୋଲି ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

 

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.