ନୂଆଦିଲ୍ଲୀ, ୨।୬: କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ବୁଧବାର ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଟିକାକରଣ ପାଇଁ ବଜେଟ୍ରେ ୩୫ ହଜାର କୋଟି ଟଙ୍କା ଆଗତ କରାଯାଇଥିଲା। କୋଭାକ୍ସିନ, କୋଭିଶିଲ୍ଡ ଓ ସ୍ପୁଟନିକ ଭି ଟିକା କିଣିବାରେ ଏପର୍ଯ୍ୟନ୍ତ କେତେ ଖର୍ଚ୍ଚ ହୋଇଛି? କେଉଁ ତାରିଖରେ କେତେ ପରିମାଣରେ ଟିକା ଅର୍ଡର ଦିଆଯାଇଛି ଏବଂ ତାହା କେବେ ସୁଧା ଯୋଗାଇ ଦିଆଯିବ? ବଜେଟ୍ରେ ଆଗତ ହୋଇଥିବା ଅର୍ଥ ୧୮ରୁ ୪୪ ବର୍ଷର ନାଗରୀକଙ୍କ ଟିକାକରଣ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉ ନାହିଁ? କେନ୍ଦ୍ର ସରକାରଙ୍କୁ ଏ ସବୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।
୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କୁ ମାଗଣାରେ ଟିକା ଦିଆଯାଉଛି। ତେବେ ୧୮ରୁ ୪୪ ବୟସ ବର୍ଗଙ୍କ କ୍ଷେତ୍ରରେ ସେହି ସୁବିଧା ଦିଆଯାଉ ନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଅଯୁକ୍ତିଯୁକ୍ତ ଓ ଏକପାଖିଆ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାବେଳେ ନ୍ୟାୟପାଳିକା କଦାପି ଚୁପ ବସିପାରିବ ନାହିଁ। ଏହା ଉପରେ ସବୁ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍ ଚଳିତ ବର୍ଷ ଶେଷ ସୁଦ୍ଧା ଟିକାର ଉପଲବ୍ଧତା ଓ ଟିକାକରଣ ଲାଗି କେଉଁ ଯୋଜନା କରାଯାଇଛି, ତା’ର ତଥ୍ୟ ମଧ୍ୟ କୋର୍ଟ ମାଗିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.