ନୂଆଦିଲ୍ଲୀ, ୩।୬ : ଏଲୋପାଥି ଔଷଧ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ବିରୋଧରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ କରିଥିଲା ଦିଲ୍ଲୀ ମେଡିକାଲ ଆସୋସିଏଶନ (ଡିଏମ୍ଏ)। ଗୁରୁବାର ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାମଦେବଙ୍କୁ ସମନ ପଠାଇଛନ୍ତି। ତେବେ ଯୋଗଗୁରୁଙ୍କୁ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟରୁ ଦୂରେଇ ରହିବାକୁ ଡିଏମ୍ଏ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଏହାକୁ ଖାରଜ କରି ଦିଆଯାଇଛି।
ଡିଏମ୍ଏକୁ ସମାଲୋଚନା କରି ହାଇକୋର୍ଟ କହିଛନ୍ତି, କୋର୍ଟରେ ସମୟ ନଷ୍ଟ କରିବା ବଦଳରେ କରୋନା ମହାମାରୀରୁ ଉପଶମର ବାଟ ଖୋଜିବା ଦରକାର।
କୋର୍ଟଙ୍କ ଏଭଳି ମନ୍ତବ୍ୟ ଉପରେ ଡିଏମ୍ଏ ପ୍ରଶ୍ନ ଉଠାଇଥିଲା। ” ରାମଦେବଙ୍କ ମନ୍ତବ୍ୟ ଡିଏମ୍ଏର ସଦସ୍ୟଙ୍କୁ ପ୍ରଭାବିତ କରୁଛି। ସେ ଏଲୋପାଥିକୁ ଦେବାଳିଆ ବିଜ୍ଞାନ କହୁଛନ୍ତି। କୋଭିଡ୍ ଉପରେ କରୋନିଲ କାମ ଦେଉଥିବା ରାମଦେବ ମିଛ ଦାବି କରୁଛନ୍ତି। ଏପରି କି କରୋନିଲର ପ୍ରଚାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଇତି ମଧ୍ୟରେ ୨୫୦ କୋଟି ଟଙ୍କାର କରୋନିଲ ବିକ୍ରି କରି ଦେଇଛନ୍ତି “ ବୋଲି ଡିଏମ୍ଏ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ କହିଥିଲେ।
ଯଦି ପତଞ୍ଜଳି ନିୟମ ଭାଙ୍ଗିଛି, ତେବେ ସରକାର ପଦକ୍ଷେପ ନେବେ। ତୁମେ କାହିଁକି ମଶାଲ ଧରି ଚାଲିଛ। ଏଲୋପାଥି ଉପରେ ରାମଦେବଙ୍କ ବିଶ୍ୱାସ ନାହିଁ। ଯୋଗ ଓ ଆୟୁର୍ବେଦ ଦ୍ୱାରା ସବୁ ପ୍ରକାର ରୋଗର ଉପଶମ ହୋଇପାରିବ ବୋଲି ସେ ବିଶ୍ୱାସ କରନ୍ତି। ସେ ଭୁଲ କିମ୍ବା ଠିକ୍ ଥାଇ ପାରନ୍ତି, କିନ୍ତୁ କୋର୍ଟ କୋରନିଲ ଦ୍ୱାରା ଉପଶମ ମିଳିବ କି ନାହିଁ କହିପାରିବ ନାହିଁ। ଏହା ମେଡିକାଲ ବିଶେଷଜ୍ଞ କହିପାରିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.