ସିଡ୍ନୀ,୩।୬(ପି.ଟି.): କୋଭିଡ୍- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। କ୍ରିକେଟରମାନେ ଇଣ୍ଡିଆ କୋଭିଡ୍ ଅପିଲ୍ ନେଇ ୟୁନିସେଫ ଅଷ୍ଟ୍ରେଲିଆ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଗୁରୁବାର ଏକ ୧୨ ଘଣ୍ଟିଆ ଗେମିଂ ଲାଇଭ୍ ଷ୍ଟ୍ରିମ୍ରେ ଅଂଶଗ୍ରହଣ କରିଛନ୍ତି।
ଦ୍ରୁତ ବୋଲର ଜୋଶ ଲାଲୋରଙ୍କ ମାନସ ସନ୍ତାନ କୁହାଯାଉଥିବା ଏହି ଗେମିଂ ଲାଇଭ୍ ଷ୍ଟ୍ରିମ୍ରେ କୁମିନ୍ସ, ସ୍ପିନର ନାଥନ ଲିୟନ ଓ ଦ୍ରୁତ ବୋଲର ଯୋଡି ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ ସାମିଲ ହେବେ। ଏହି ଲାଇଭ୍ ଷ୍ଟ୍ରିମ୍ର କ୍ରିକେଟରମାନେ ସେମାନଙ୍କ କ୍ରୀଡ଼ା କୌଶଳ ଓ କ୍ରିକେଟ ସମ୍ପର୍କିତ ଅନ୍ୟ ବିଷୟରେ ନିଜର ଅଙ୍ଗେନିଭାଇଥିବା କଥା କହିବେ। ଏହି କାର୍ଯ୍ୟକ୍ରମରୁ ୧ ଲକ୍ଷ ଅଷ୍ଟ୍ରେଲିଆନ ଡଲାର ସଂଗ୍ରହ କରାଯିବ ବୋଲି କୁହାଯାଇଛି।
ଏହି ଫଣ୍ଡରେଜର ତଥା ପାଣ୍ଠି ସଂଗ୍ରହ ଅଭିଯାନ ଭାରତୀୟ ସମୟ ଅନୁସାରେ ୧.୩୦ରୁ ଆରମ୍ଭ ହେବ। ଏଥିରେ ସାମିଲ ହେବାକୁ ଥିବା ଅନ୍ୟ କ୍ରିକେଟରମାନେ ହେଲେ ଅଲରାଉଣ୍ଡର ମୋଇସେସ ହେନେରିକ୍ସ, ମହିଳା କ୍ରିକେଟର ଅଲିସା ହିଲି ଓ ଦକ୍ଷିଣ ଆଫ୍ରିକାର ରିଲି ରୋଷୋ। ଜଣେ ଅଷ୍ଟ୍ରେଲୀୟ କ୍ରିକେଟର ଭାବେ ଭାରତୀୟ ନାଗରିକଙ୍କ ସହ ଆମର ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି ବୋଲି ଲାଲୋର କହିଛନ୍ତି। ଯଦି ଏହି ଅଭିଯାନରେ ଆମେ ସଫଳ ହେବୁ ତା’ହେଲେ ଏହି ପ୍ରକ୍ରିୟା ଆଗକୁ ଚାଲୁ ରହିବ ବୋଲି ସେ କହିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ନିକ୍ ହୋକ୍ଲି ଓ ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏଶନର ସିଇଓ ମଧ୍ୟ ଏହି ଲାଇଭ୍ ଷ୍ଟ୍ରିମ୍ରେ ଉପସ୍ଥିତ ରହିବେ ଓ ନିଜର ମତ ରଖିବେ। ଲାଲୋରଙ୍କ ଟୁଇଟର ପେଜ୍ରେ ଏହି ଲାଇଭ ଷ୍ଟ୍ରିମ୍ ଉପଲବ୍ଧ ହେବ। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟରମାନେ ୨ ଲକ୍ଷ ୮୦ ହଜାର ଅଷ୍ଟ୍ରେଲିଆନ ଡଲାର ପାଣ୍ଠି ସଂଗ୍ରହ କରିସାରିଛନ୍ତି। ଭାରତରେ ଏବେ ମଧ୍ୟ କରୋନା ମହାମାରୀର ପ୍ରବଳ ପ୍ରକୋପ ଜାରି ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.