ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏମ୍.ଆର୍. ଶାହାଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ଜନସ୍ବାର୍ଥ ମାମଲାରେ ଉଠାଯାଇଥିବା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ସରକାର ଏହା ଉପରେ ନିଜର ଜବାବ ରଖିବେ ବୋଲି ସେ କହିଥିଲେ। ତେବେ ସରକାର ଏକ ଜାତୀୟ ନୀତି ଉପରେ ବିଚାର କରୁଥିବାରୁ ଜବାବ ଦାଖଲ ପାଇଁ ଦୁଇ ସପ୍ତାହ ସମୟ ଦେବାକୁ ମେହେଟ୍ଟା ଅନୁରୋଧ କରିଥିଲେ।
ବ୍ଲାକ୍ ଫଙ୍ଗସ୍ରେ ହେଉଥିତ୍ବା ମୃତ୍ୟୁ ମଧ୍ୟ କରୋନାଜନିତ। ଏଥିପାଇଁ ମୃତ୍ୟୁ ପ୍ରମାଣପତ୍ରରେ କାରଣ ଉଲ୍ଲେଖ ରହିବା ଆବଶ୍ୟକ। କେନ୍ଦ୍ର ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସଲିସିଟର ଜେନେରାଲ କହିଥିଲେ। ସରକାର ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିବାରୁ ପିଟିଶନର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧କୁ ଧାର୍ଯ୍ୟ କରାଯାଇଥିଲା।
ସୂଚନାଯୋଗ୍ୟ କୋଭିଡ୍ରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ଯୋଗାଇ ଦେବା ଲାଗି ଆଇନଜୀବୀ ଗୌରବ କୁମାର ବଂଶଲ ଏବଂ ରୀପକ କଂଶଲ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରି ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ଉପରେ ଗତ ମାସ ୨୪ରେ ଅଦାଲତ କେନ୍ଦ୍ରକୁ ଜବାବ ମାଗିଥିଲେ। କୋଭିଡ୍ରେ ପ୍ରାଣ ହରାଇଥିଲେ ମୃତ୍ୟୁ ପ୍ରମାଣପତ୍ର ଜାରି କରିବାରେ ସମାନ ନୀତି କାର୍ଯ୍ୟକାରୀ ହେଉଛି କି ନାହିଁ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍ କାରଣରୁ ମୃତ୍ୟୁ ହୋଇଥିଲେ ମଧ୍ୟ ଅନେକ ସମୟରେ ଡେଥ୍ ସାର୍ଟିଫିକେଟରେ ହୃଦ୍ଘାତ କିମ୍ବା ଫୁସ୍ଫୁସ୍ କାମ ନ କରିବା କାରଣରୁ ମୃତ୍ୟୁ ଘଟିଥିବା ଦର୍ଶାଯାଉଛି ବୋଲି ଖଣ୍ଡପୀଠ କହିଥିଲେ। ବିଜ୍ଞପିତ ବିପର୍ଯ୍ୟୟରେ ମୃତ୍ୟୁ ଘଟିଲେ ପରିବାରକୁ ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ବିପର୍ଯ୍ୟୟ ପରିଚାଳନା ଆଇନ (ଡିଏମ୍ଏ)ର ଧାରା ୧୨ (୩)ରେ ଉଲ୍ଲେଖ ଥିବା ବଂଶଲ ତାଙ୍କ ପିଟିଶନରେ ଦର୍ଶାଇଥିଲେ।
ସୋପୋରେ ଆତଙ୍କବାଦୀ ଆକ୍ରମଣ: ୨ସୁରକ୍ଷାକର୍ମୀ ଶହୀଦ
ସୋପୋରେ,୧୨।୬: ଜମ୍ମୁ-କଶ୍ମୀର ସୋପୋରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଶନିବାର...
ଟିକା ନେଲେ ବି ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ କରିପାରେ
ନୂଆଦିଲ୍ଲୀ, ୯।୬: ଭାରତରେ ପ୍ରଥମେ ଗତବର୍ଷ ଅକ୍ଟୋବରରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକାର ଉଭୟ ଡୋଜ୍ ନେଇଥିବା...
ଟିକା ନେଇଥିବା ଯାତ୍ରୀଙ୍କୁ ବିମାନ ଭଡ଼ାରେ ମିଳିବ ରିହାତି
ନୂଆଦିଲ୍ଲୀ,୨୩।୬: ଦେଶରେ ଦୃତ ଗତିରେ ଟିକାକରଣ ପ୍ରକିୟା ଚାଲିଛି। ଏଭଳି ସ୍ଥିତିରେ ଟିକାକରଣକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଇଣ୍ଡିଗୋ ବିମାନ କମ୍ପାନୀ ପକ୍ଷରୁ ବଡ...
କରୋନାରେ ୩୦ ହଜାର ପିଲା ଅନାଥ
ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ...
ତେଲେଙ୍ଗାନାରେ ଭାଜପାର ମିଶନ ଜାରି! ଇସ୍ତଫା ଦେଲେ ଟିଆର୍ଏସ୍ ବିଧାୟକ
ହାଇଦ୍ରାବାଦ,୧୨।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ...
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ: ମୋଦିଙ୍କ ନିକଟତର ହେଲେ ମିଳିବ ଲାଭ
ମୁମ୍ବାଇ,୨୦।୬: ଶିବସେନା ବିଧାୟକ ପ୍ରତାପ ସରନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ଏକ ସାଧାରଣ ଚିଠି ନୁହେଁ ବରଂ ଏକ...
ଭାଜପା ସମର୍ଥକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମ୍ସି
ବୀରଭୂମ୍,୧୯।୬: ପଶ୍ଚିମବଙ୍ଗ ବୀରଭୂମ୍ ଜିଲାର ୩୦୦ ଭାଜପା ସମର୍ଥକ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଫେରିଛନ୍ତି। ଦଳକୁ ଫେରିବା ପାଇଁ ସେମାନେ ବୀରଭୂମ୍ସ୍ଥିତ ଟିଏମ୍ସି କାର୍ଯ୍ୟାଳୟ ଆଗରେ...
୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର
ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...


