ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏମ୍.ଆର୍. ଶାହାଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ଜନସ୍ବାର୍ଥ ମାମଲାରେ ଉଠାଯାଇଥିବା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ସରକାର ଏହା ଉପରେ ନିଜର ଜବାବ ରଖିବେ ବୋଲି ସେ କହିଥିଲେ। ତେବେ ସରକାର ଏକ ଜାତୀୟ ନୀତି ଉପରେ ବିଚାର କରୁଥିବାରୁ ଜବାବ ଦାଖଲ ପାଇଁ ଦୁଇ ସପ୍ତାହ ସମୟ ଦେବାକୁ ମେହେଟ୍ଟା ଅନୁରୋଧ କରିଥିଲେ।
ବ୍ଲାକ୍ ଫଙ୍ଗସ୍ରେ ହେଉଥିତ୍ବା ମୃତ୍ୟୁ ମଧ୍ୟ କରୋନାଜନିତ। ଏଥିପାଇଁ ମୃତ୍ୟୁ ପ୍ରମାଣପତ୍ରରେ କାରଣ ଉଲ୍ଲେଖ ରହିବା ଆବଶ୍ୟକ। କେନ୍ଦ୍ର ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସଲିସିଟର ଜେନେରାଲ କହିଥିଲେ। ସରକାର ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିବାରୁ ପିଟିଶନର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧କୁ ଧାର୍ଯ୍ୟ କରାଯାଇଥିଲା।
ସୂଚନାଯୋଗ୍ୟ କୋଭିଡ୍ରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ଯୋଗାଇ ଦେବା ଲାଗି ଆଇନଜୀବୀ ଗୌରବ କୁମାର ବଂଶଲ ଏବଂ ରୀପକ କଂଶଲ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରି ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ଉପରେ ଗତ ମାସ ୨୪ରେ ଅଦାଲତ କେନ୍ଦ୍ରକୁ ଜବାବ ମାଗିଥିଲେ। କୋଭିଡ୍ରେ ପ୍ରାଣ ହରାଇଥିଲେ ମୃତ୍ୟୁ ପ୍ରମାଣପତ୍ର ଜାରି କରିବାରେ ସମାନ ନୀତି କାର୍ଯ୍ୟକାରୀ ହେଉଛି କି ନାହିଁ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍ କାରଣରୁ ମୃତ୍ୟୁ ହୋଇଥିଲେ ମଧ୍ୟ ଅନେକ ସମୟରେ ଡେଥ୍ ସାର୍ଟିଫିକେଟରେ ହୃଦ୍ଘାତ କିମ୍ବା ଫୁସ୍ଫୁସ୍ କାମ ନ କରିବା କାରଣରୁ ମୃତ୍ୟୁ ଘଟିଥିବା ଦର୍ଶାଯାଉଛି ବୋଲି ଖଣ୍ଡପୀଠ କହିଥିଲେ। ବିଜ୍ଞପିତ ବିପର୍ଯ୍ୟୟରେ ମୃତ୍ୟୁ ଘଟିଲେ ପରିବାରକୁ ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ବିପର୍ଯ୍ୟୟ ପରିଚାଳନା ଆଇନ (ଡିଏମ୍ଏ)ର ଧାରା ୧୨ (୩)ରେ ଉଲ୍ଲେଖ ଥିବା ବଂଶଲ ତାଙ୍କ ପିଟିଶନରେ ଦର୍ଶାଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.