ନିର୍ବାଚନ ଢାଞ୍ଚାରେ ହେବ କୋଭିଡ୍‌ ଟିକାକରଣ: ବୟସ୍କ, ଦିବ୍ୟାଙ୍ଗ ପାଇଁ ଗାଡ଼ି ସୁବିଧା

ଛତ୍ରପୁର,୪।୬(ଡି.ଏନ୍‌.ଏ.): କରୋନାର ଦ୍ବିତୀୟ ଲହର ପ୍ରତିହତ କରିବା ନିମନ୍ତେ ଟିକାକରଣ ଏକାନ୍ତ ଅପରିହାର୍ଯ୍ୟ। ମୋବାଇଲ ଟିମ୍‌ ଗଠନ କରି ଦୁର୍ଗମ ପାହାଡ଼ିଆ ଅଞ୍ଚଳ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୪୫ ବର୍ଷରୁ ଊଦ୍ଧର୍‌ବ ବୁଲା ବିକାଳୀ, ପରିବା ବିକ୍ରେତା,ସେଲୁନ ବାଲା, ତେଜରାତି ଦୋକାନୀ, ଗ୍ୟାରେଜରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ଜନଗହଳି ପୂର୍ଣ୍ଣ ଅଞ୍ଚଳ, ଛକଜାଗା, ଜନବସତି ଅଞ୍ଚଳ, ଦୂର୍ଗମ ଅଞ୍ଚଳରେ ନିିର୍ବାଚନ ଢାଞ୍ଚାରେ ଟିକାକରଣ କେନ୍ଦ୍ର କରି ଜନ ସାଧାରଣଙ୍କୁ ଟିକାକରଣ କରାଇବେ। ଗ୍ରାମାଞ୍ଚଳଗୁଡିକରେ ସ୍ଥାନୀୟ ସରପଞ୍ଚ ଓ ସହରାଞ୍ଚଳରେ କାଉନସିଲ୍‌ରମାନଙ୍କ ସହ ମିଶି ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦିନକ ପୂର୍ବରୁ ଚିରୁକୁଟି ଦେବାପାଇଁ ଜିଲାପାଳ କହିଥିଲେ। ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଗାଡିରେ ଆଣି ଟିକାକରଣ କରାଇବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ରେଜିଷ୍ଟେଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଟିକା ଦିଆଯିବ। ଟିକାକରଣ କାର୍ଯ୍ୟ ଜିଲାରେ ଯେପରି ଶତପ୍ରତିଶତ ସଫଳତା ହାସଲ କରିବ ସେଥିପ୍ରତି ସମସ୍ତ ଅଧିକାରୀ, କର୍ମଚାରୀମାନେ ତତ୍ପରତା ଦେଖାଇବାକୁ ଜିଲାପାଳ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.