କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ ଏବେ ସ୍ଥିତି ବଦଳିବାରେ ଲାଗିଛି। ନେତା ଭାଜପା ଛାଡି ତୃଣମୂଳ କଂଗ୍ରେସ ମୁହାଁ ହେବାରେ ଲାଗିଛନ୍ତିି। ବିରୋଧୀ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀଙ୍କୁ ଗ୍ରହଣ କରିବା ଲାଗି ଭାଜପାର କେତେକ ଅସନ୍ତୁଷ୍ଟ ସଦସ୍ୟ ଅମଙ୍ଗ ହେଉଥିବାରୁ ଦଳରେ ବିବାଦ ବଢ଼ିବାରେ ଲାଗିଛି। ଭାଜପାରେ ରିଭର୍ସ ମାଇଗ୍ରେସନ ରୋକିବା ଶୁଭେନ୍ଦୁଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ସୋମବାର ଶୁଭେନ୍ଦୁଙ୍କ ନେୃତ୍ୱରେ ଭାଜପା ନେତା ରାଜ୍ୟପାଳ ଜଗଦୀପ୍ ଧନଖଣ୍ଡଙ୍କ ସହିତ ସାକ୍ଷାତ୍ କରିବାକୁ ଯାଇଥିଲେ। ରାଜ୍ୟପାଳଙ୍କ ସହିତ ଦଳବଦଳ ବିରୋଧୀ ଆଇନ ଏବଂ ଅନ୍ୟ କିଛି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ତେବେ ୭୫ ବିଧାୟକଙ୍କ ମଧ୍ୟରୁ ୨୫ ବିଧାୟକ ସାକ୍ଷାତ୍ ସମୟରେ ଅନୁପସ୍ଥିତ ଥିଲେ। ଏହା ଦଳରେ ଜାରି ରହିଥିବା କନ୍ଦଳକୁ ପଦାରେ ପକାଇ ଦେଇଛି। ଏହାଯୋଗୁ ଭାଜପାର ହାଇକମାଣ୍ଡ୍ଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.