ଗ୍ଲାସଗୋ,୨୪।୬: ୟୁରୋକପ୍ରେ କ୍ରୋଏସିଆ ନକ୍ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି। କ୍ରୋଏସିଆ ୩ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୪ ପଏଣ୍ଟ ହାସଲ କରି ଉନ୍ନତ ଗୋଲ ବ୍ୟବଧାନରେ ରାଉଣ୍ଡ ଅଫ୍ ୧୬ ପର୍ଯ୍ୟାୟକୁ ଉଠିଛି। ଅନ୍ୟପଟେ ପରାଜୟ ସହ ସ୍କଟ୍ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ୩ଟି ମ୍ୟାଚ୍ ଖେଳି ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ସ୍କଟ୍ଲାଣ୍ଡ ୧ ପଏଣ୍ଟ ପାଇ ଗ୍ରୁପ୍ ଡି’ର ଚତୁର୍ଥ ସ୍ଥାନରେ ରହିଛି।
ଅଧିନାୟକ ଲୁକା ମୋଡ୍ରିକ କ୍ରୋଏସିଆର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୩୫ ବର୍ଷରେ ପଦାର୍ପଣ କରିଥିବାରୁ ମୋଡ୍ରିକଙ୍କର ଏହା ଶେଷ ୟୁରୋକପ୍ ଟୁର୍ନାମେଣ୍ଟ ବୋଲି କୁହାଯାଇପାରେ। ୧୭ତମ ମିନିଟ୍ରେ ନିକୋଲା ଭ୍ଲାସିକ ଗୋଲ ଦେଇ କ୍ରୋଏସିଆକୁ ଅଗ୍ରଣୀ କରାଇଥିଲେ। ଏହାପରେ ୪୨ତମ ମିନିଟ୍ରେ ସ୍କଟ୍ଲାଣ୍ଡ ତରଫରୁ କାଲମ ମ୍ୟାକ୍ଗ୍ରେଗର ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନସ୍ଥିତିକୁ ଆଣିଥିଲେ। ୬୨ତମ ମିନିଟ୍ରେ ମୋଡ୍ରିକ ଏକ ସୁନ୍ଦର ଗୋଲ ପ୍ରଦାନ କରି କ୍ରୋଏସିଆକୁ ପୁଣି ଅଗ୍ରଣୀ କରାଇଥିଲେ। ଶେଷରେ ୭୭ତମ ମିନିଟ୍ରେ କ୍ରୋଏସିଆ ପକ୍ଷରୁ ଇଭାନ ପେରିସ୍କ ଗୋଲ ଦେଇ ବିଜୟ ବ୍ୟବଧାନ ବଢାଇଥିଲେ। ବଲ ପଜେସନ, ପାସ୍ ଓ ପାସ୍ ଆକ୍ୟୁରେସିରେ କ୍ରୋଏସିଆ ବହୁ ଆଗରେ ରହିଥିଲା। ଘରୋଇ ପରିବେଶରୁ ମଧ୍ୟ ସ୍କଟ୍ଲାଣ୍ଡ ଫାଇଦା ଉଠାଇପାରି ନ ଥିଲା। ଏହି ଗୋଲ ମୋ ପାଇଁ ଓ ଦଳ ଲାଗି ବହୁତ ମହତ୍ତ୍ୱ ରଖୁଛି ବୋଲି ମୋଡ୍ରିକ କହିଛନ୍ତି। ତେବେ ଦଳର ବିଜୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ୨୦୧୮ରେ ବାଲାନ ଡି’ଅର ପୁରସ୍କାର ହାସଲ କରିଥିବା ମୋଡ୍ରିକ କ୍ରୋଏସିଆକୁ ସେହିବର୍ଷ ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇଥିଲେ। ବିଜୟ ପରେ ମୋଡ୍ରିକ ଓ କୋଚ୍ ଜ୍ଲାଟକୋ ଡାଲିକ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଅନ୍ୟପଟେ ସ୍କଟ୍ଲାଣ୍ଡର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। କ୍ରୋଏସିଆ ଭଲ ଖେଳିଥିଲା ଓ ବିଜୟର ହକ୍ଦାର ବୋଲି ସ୍କଟ୍ଲାଣ୍ଡ କୋଚ୍ ଷ୍ଟିଭ କ୍ଲାର୍କ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.