ବାଲିଗୁଡ଼ା,୯ା୬(ଡି.ଏନ୍.ଏ.): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲକ୍ଡାଉନ୍ ଶଟ୍ଡାଉନ୍ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି ହେଲେ ବିପଦ ଟଳିନି। ଏଭଳି ପରିସ୍ଥିତିରେ କୋଭିଡ୍ ନିୟମ ଉଲ୍ଲଂଘନ କରି ସାବିତ୍ରୀ ଅମାବାସ୍ୟାକୁ ନେଇ କନ୍ଧମାଳ ଜିଲା ବାଲିଗୁଡ଼ା ବଜାରରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଛି । ଅତ୍ୟାବଶ୍ୟକ ଦୋକାନ ସମେତ ଅନ୍ୟ ସମସ୍ତ ଦୋକାନ ଖୋଲାଯାଇଥିଲା। ଏହାକୁ ନେଇ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ନିଜ ଟିମ୍ ସହ ଚଢ଼ାଉ କରି ୧୮ଟି ଦୋକାନ ସିଲ୍ କରିଛନ୍ତି। ଏହାକୁ ନେଇ କିଛି ବ୍ୟବସାୟୀ ପ୍ରଶାସନ ସହ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଉତ୍ତେଜିତ ପରିସ୍ଥିତି ସୃଷ୍ଟି ହେବା ପରେ ଘଟଣାସ୍ଥଳରେ ବାଲିଗୁଡ଼ା ଏସ୍ଡିପିଓ ମନୋଜ ପୂଜାରୀ ଓ ଥାନାଧିକାରୀ ବାବାଶଙ୍କର ସରାଫ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି। ଏଥିସହିତ ଅମାନିଆଙ୍କ ନିକଟରୁ ଫାଇନ ମଧ୍ୟ ଆଦାୟ କରୁଛି ପ୍ରଶାସନ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.