ନୂଆଦିଲ୍ଲୀ,୩।୬: ସାହସିକତାର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ କିର୍ତ୍ତୀ ଚକ୍ରରେ ପୁରସ୍କୃତ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍) କମାଣ୍ଡାଣ୍ଟ ଚେତନ ଚିତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି। କୋଭିଡରେ ଆକ୍ରାନ୍ତ ହୋଇଥିବା ଯୋଗୁ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ଶରୀରର ଅମ୍ଳଜାନସ୍ତର କମ୍ ହେବା ଯୋଗୁ ଚିତାଙ୍କୁ ମେ’ ୯ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି।
ଚେତନଙ୍କ ଲାଗି ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଦ୍ ରହିଛି। କାରଣ ସେ ଏବେ ଭେଣ୍ଟିଲେଟରରେ। ସଂକ୍ରମଣର ଚିକିତ୍ସା ଲାଗି ତାଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଉଛି। ଏହାଛଡ଼ା ରକ୍ତଚାପ ସମସ୍ୟା ଥିବାରୁ ଔଷଧ ମଧ୍ୟ ଚାଲୁଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ୨୦୧୭ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ବେଳେ ଚେତନଙ୍କ ଶରୀରରେ ୯ ଗୁଳି ବାଜିଥିଲା। ତାଙ୍କର ମୁଣ୍ଡ, ଡାହାଣ ଆଖି, ପେଟ, ହାତ ଆଦିରେ ଗୁଳି ବାଜିଥିଲା। ଏହାସତ୍ତ୍ୱେ ସେ ଲଢ଼ିବା ଜାରି ରଖି ୩ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୩ ମାସ କୋମାରେ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରି ଡ୍ୟୁଟିରେ ଯୋଗ ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.