ନୂଆଦିଲ୍ଲୀ,୬।୬: କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ପରୀକ୍ଷଣ ଆରମ୍ଭ ହୋଇଛି। ସିଏସଆଇଆର ଇଣ୍ଡିଆ ଏବଂ ଲକ୍ସାଇ ଲାଇଫ ସାଇନ୍ସ ଏହି କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛନ୍ତି। ଏହାର ପ୍ରଭାବ, ନିରାପତ୍ତା ଏବଂ ସହନଶୀଳତାକୁ ଆକଳନ କରିବା ପାଇଁ ଔଷଧର ପରୀକ୍ଷା କରାଯାଉଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ପୂର୍ବରୁ ନିକ୍ଲୋସାମାଇଡକୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯାଉଥିଲା। ନିକ୍ଲୋସାମାଇଡ ଔଷଧକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅତ୍ୟାବଶ୍ୟକ ଔଷଧ ତାଲିକାରେ ରଖିଛି। ଗତ ପଚାଶ ବର୍ଷ ଧରି ଏହି ନିକ୍ଲୋସାମାଇଡକୁ କୃର୍ମି ହେଲେ ବ୍ୟବହାର କରାଯାଉଛି।
ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଏହା ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ (ଡିସିଜିଆଇ) କରୋନାର ଚିକିତ୍ସା ପାଇଁ ୨-ଡକ୍ସି-ଡି-ଗ୍ଲୁକୋଜ (୨-ଡିଜି)କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଡିଆରଡିଓ ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀ ଲ୍ୟାବ ଏହି ଔଷଧ ତିଆରି କରିଛନ୍ତି। କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡିଛି ଯେ ୨-ଡିଜିର ବ୍ୟବହାର ଦ୍ୱାରା ଜଣେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.