ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ ପ୍ୟାକିଂ ହୋଇଥିବା ଡାବର ଟୁଥ୍ପେଷ୍ଟ ଆଉ ଉପଲବ୍ଧ ହେବ ନାହିଁ। ଅର୍ଥାତ୍ ଏବେଠାରୁ କେବଳ ଡାବର ଲାଲ୍ ଟୁଥ୍ପେଷ୍ଟର ଟ୍ୟୁବ୍ ହିଁ ମିଳିବ, କୌଣସି କାଗଜ ପ୍ୟାକିଂ ହେବ ନାହିଁ। ଏଭଳିି ପଦକ୍ଷେପ ନେଇଥିବା ଡାବର ହେଉଛି ପ୍ରଥମ କମ୍ପାନୀ। ସୂଚନା ମୁତାବକ ଡାବର ଇଣ୍ଡିଆ କମ୍ପାନୀ ବର୍ତ୍ତମାନ ବାହ୍ୟ ପେପର ପ୍ୟାକେଜିଂ ଯଥା ନାଲି ପେଷ୍ଟର କାର୍ଟନକୁ ହଟାଇବା ଦିଗରେ କାର୍ଯ୍ୟ କରୁଛି। ଏହାଦ୍ୱାରା ପ୍ରତିବର୍ଷ ୧୫୦ଟନ କାଗଜ ସଞ୍ଚୟ କରାଯାଇପାରିବ। ଦୀର୍ଘ ଦିନରୁ ଗ୍ରାହକମାନେ ଡାବର ଟୁଥପେଷ୍ଟରେ କାଗଜ ପ୍ୟାକେଜିଂ ଉପରେ ପ୍ରତିକ୍ରିୟା ଦେଉଥିଲେ। ଏହାକୁ ଦୃଷ୍ଟିରେ ରଖିବା ସହ ପରିବେଶ ହିତ ପାଇଁ କମ୍ପାନୀ ପକ୍ଷରୁ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି ବୋଲି ଡାବର ଭାଇସ୍ ପ୍ରେସିଡେଣ୍ଟ (ମାର୍କେଟିଂ-ପର୍ସନାଲ କେୟାର) ରାଜୀବ ଜନ କହିଛନ୍ତି। ଡାବରର ଏଭଳି ପଦକ୍ଷେପ ଦ୍ୱାରା ବର୍ଷକୁ ୧୫୦ ଟନ କାଗଜ ସଞ୍ଚୟ କରାଯାଇପାରିବ ବୋଲି ଆଶା କରାଯାଉଛି। ତେବେ ଗ୍ରାମୀଣ ଭାରତ ପାଇଁ ଡାବର ଏକ ଅଣ-କାର୍ଟୁନ ସହ କମ୍ ୟୁନିଟ ମୂଲ୍ୟର ପ୍ୟାକ୍ ଖୁବ୍ଶୀଘ୍ର ଲଞ୍ଚ କରିବାକୁ ଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.