ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ବିପଦ ଉପରେ ପୁଣି ବିପଦ ମାଡ଼ି ଆସୁଛି। ଭାରତରେ ଆଲ୍ଫା, ବିଟା, ଗାମା ଏବଂ ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ କରୋନା ଭୂତାଣୁର ନୂଆ ମାରାତ୍ମକ ଭାରିଆଣ୍ଟ୍ ଚିହ୍ନଟ କରାଯାଇଛି। ଏହାକୁ ବି-୧-୧-୨୮-୨ ଭାରିଆଣ୍ଟ୍ ଭାବେ ନାମିତ କରାଯାଇଛି। ଏହାର ସଂକ୍ରମଣ ହେବାର ୭ ଦିନ ମଧ୍ୟରେ ଶରୀରରେ ପ୍ରଭାବ ପ୍ରକାଶ ପାଇବା ଆରମ୍ଭ କରିଥାଏ। ଆକ୍ରାନ୍ତଙ୍କ ଶରୀର ଓଜନ ଅଚାନକ ଭାବେ କମିବା ଆରମ୍ଭ କରିଥାଏ। ପରବର୍ତ୍ତୀ ସମୟରେ ଏହି ଭାରିଆଣ୍ଟ୍ ଶରୀରର ଏକାଧିକ ଅଙ୍ଗକୁ ଅକାମୀ କରିଥାଏ। ଏହି ଭାରିଆଣ୍ଟ୍ ପ୍ରଥମେ ବ୍ରାଜିଲ୍ରେ ଚିହ୍ନଟ ହୋଇଥିଲା। ଭାରତକୁ ବ୍ରାଜିଲ୍ରୁ ଗୋଟିଏ ଭାରିଆଣ୍ଟ୍ ଭାରତ ଆସିଥିବା ପୂର୍ବରୁ କୁହାଯାଇଥିଲା। ତେବେ ଏହି ନୂଆ ବି-୧-୧-୨୮-୨ ଭାରିଆଣ୍ଟ୍ ମଧ୍ୟ ଭାରତକୁ ଆସିସାରିଛି ବୋଲି ବିଶେଷଜ୍ଞ କହିଛନ୍ତି। ଏହି ଭାରିଆଣ୍ଟ୍କୁ ସିରିଆର ହେମଷ୍ଟର ପ୍ରଜାତିର ୯ଟି ମୂଷାଙ୍କଠାରେ କରାଯାଇଥିଲା। ଜଣାପଡ଼ିଥିଲା ସଂକ୍ରମଣ ହେବାର ୭ ଦିନ ମଧ୍ୟରେ ଆକ୍ରାନ୍ତ ମୂଷାଙ୍କ ଶରୀର ଓଜନ କମିବାରେ ଲାଗିଥିଲା। ଏହା ସହିତ ଆକ୍ରାନ୍ତ ମୂଷାଙ୍କ ଫୁସ୍ଫୁସ୍ ସଂକ୍ରମିତ ହେବା ସହିତ ଶରୀରରେ ଆଣ୍ଟିବଡ଼ି ପରିମାଣ କମିବାରେ ଲାଗିଥିଲା। ଭାରତରେ ବି-୧-୧-୨୮-୨ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହା ବ୍ୟାପିବାର ଆଶଙ୍କା ମଧ୍ୟ ଥିବା ରିପୋର୍ଟରେ ପ୍ରକାଶ ପାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.