ନୂଆଦିଲ୍ଲୀ,୧୭।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା ପ୍ଲସ୍ ଚିହ୍ନଟ କରାଯାଇଛି। ଏହି ନୂଆ ଭାରିଆଣ୍ଟ୍ ଯୋଗୁ ତୃତୀୟ ଲହର ସୃଷ୍ଟି ହୋଇ ଅଧିକ ତାଣ୍ଡବ ରଚିବାର ଆଶଙ୍କା ଦେଖାଦେଇଛି। ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଟାସ୍କ୍ ଫୋର୍ସ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି।
ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବରିଷ୍ଠ ଡାକ୍ତର ଏବଂ ଅଧିକାରୀଙ୍କୁ ଗ୍ରାମୀଣ ତଥା ସହରାଞ୍ଚଳରେ ଆବଶ୍ୟକ ଔଷଧ ଏବଂ ସ୍ବାସ୍ଥ୍ୟ ଉପକରଣ ସୁନିଶ୍ଚିତ କରାଇବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି। ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଏହାପରେ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
ଇତିମଧ୍ୟରେ ମଧ୍ୟପ୍ରଦେଶର ଭୋପାଳର ବଡ଼ଖେଡ଼ାରେ ବାସ କରୁଥିବା ଜଣେ ୬୫ ବର୍ଷ ବୟସ୍କା ମହିଳାଙ୍କଠାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଚିହ୍ନଟ ହୋଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ସୂଚନାଯୋଗ୍ୟ, କରୋନା ଭୂତାଣୁ ଲଗାତାର ମ୍ୟୁଟେଶନ ଦ୍ୱାରା ନିଜର ନୂଆ ନୁଆ ରୂପ ସୃଷ୍ଟି କରୁଥିବାରୁ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ୍ ଡେଲ୍ଟା ପ୍ଲସ୍କୁ ଏଓ୍ବାଇ-୧ ଭାବେ ମଧ୍ୟ ନାମିତ କରାଯାଇଛି। ନୂଆ ଭାରିଆଣ୍ଟ୍ ଅଧିକ ତାଣ୍ଡବ ରଚିବାର ସହିତ ତୀବ୍ର ବେଗରେ ମଧ୍ୟ ସଂକ୍ରମଣ କରିବାର ଆଶଙ୍କା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.