ମସ୍କୋ,୨୨।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ଭୂତାଣୁର ମ୍ୟୁଟେଶନ ଯୋଗୁ ନୂଆନୂଆ ଭାରିଆଣ୍ଟ୍ ସୃଷ୍ଟି ହେଉଛି। ନୂଆ ଭାରିଆଣ୍ଟ୍ ଯୋଗୁ ବିପଦ ବଢ଼ିବାରେ ଲାଗିଛି। ରୁଷିଆରେ ଦେଖାଦେଇଥିବା ନୂଆ ଭାରିଆଣ୍ଟ୍ରୁ ଦୂରେଇ ରହିବା ପାଇଁ ପୁଣି ଥରେ ଦେଶରେ ଭାକ୍ସିନ୍ ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶରେ କେତେକ ଅଞ୍ଚଳରେ ସଂକ୍ରମଣ ସ୍ଥିତି ସଙ୍କଟ ଜନକ ଥିବାରୁ ରାଷ୍ଟ୍ରପତି ବ୍ଲାଡିମୀର୍ ପୁଟିନ୍ଙ୍କ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ପୁଟିନ୍ ସଂସଦର ନିମ୍ନ ସଦନରେ ସୂଚନା ଦେଇଛନ୍ତି। ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଧୀରେଧୀରେ ଘନିଭୁତ ହେବାରେ ଲାଗିଥିବାରୁ ୬ ମାସ ତଳେ ଯେଉଁମାନେ ଭାକ୍ସିନ୍ ନେଇଥିଲେ ସେମାନଙ୍କୁ ପୁଣି ଡୋଜ୍ ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାଶାକୋ ପ୍ରକାଶ କରିଛନ୍ତି। ରାଜଧାନୀ ମସ୍କୋ ଡେଲ୍ଟା ଭାରିଆଣ୍ଟ୍ର ମୁଖ୍ୟ କେନ୍ଦ୍ର ପାଲଟିଛି। ଏଠାରେ ୯୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି ପୁନଃଟିକାକରଣ କାର୍ଯ୍ୟକ୍ରମ ଜୁନ୍ ୨୫ରୁ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.