ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍ ପିଛା ସବ୍ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଏଭଳି ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କାର ବୋଝ ପଡ଼ିବ। ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଇନ୍ପୁଟ୍ ଖର୍ଚ୍ଚ ବଢ଼ିଥିବା ବେଳେ କୃଷକ ଯେଭଳି ସୁଲଭ ମୂଲ୍ୟରେ ସାର କ୍ରୟ କରିପାରିବେ ତାକୁ ଧ୍ୟାନରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୟୁରିଆ ପରେ ଡିଏପି ସାରା ଦେଶରେ କୃଷକଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଗତ ମାସରେ କେନ୍ଦ୍ର ସରକାର ଡିଏପି ସବ୍ସିଡି ପ୍ରାୟ ୧୪୦% ବୃଦ୍ଧି କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା।
ଏ ସଂକ୍ରାନ୍ତରେ ସୂଚନା ଦେଇ ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି, ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା କୃଷକମାନେ ଲାଭବାନ ହୋଇପାରିବେ। କୃଷକମାନେ ପୁରୁଣା ରେଟ୍ ବ୍ୟାଗ୍ ପିଛା ୧୨ ଶହ ଟଙ୍କାରେ ଡିଏପି କ୍ରୟ କରିପାରିବେ। ଗୋଟିଏ ବ୍ୟାଗ୍ ଉପରେ ସବ୍ସିଡି ପୂର୍ବରୁ ୫୦୦ ଟଙ୍କା ରହିଥିଲା। ଏହା ବର୍ତ୍ତମାନ ୭୦୦ ଟଙ୍କା ବୃଦ୍ଧି ହେବାରୁ ୧୨ ଶହ ଟଙ୍କା ଛୁଇଁଛି। ଯାହାଦ୍ୱାରା କୃଷକ ଲାଭବାନ ହୋଇପାରିବେ। ଗତ ବର୍ଷ ଡିଏପି ବ୍ୟାଗ୍ ପିଛା ୧୭୦୦ ଟଙ୍କା ରହିଥିଲା। ଏହା ଉପରେ କେନ୍ଦ୍ର ସରକାର ୫୦୦ ଟଙ୍କାର ସବ୍ସିଡି ଦେଉଥିଲେ। ଫଳରେ କମ୍ପାନୀଗୁଡିକ କୃଷକଙ୍କୁ ଏହାକୁ ୧୨ ଶହ ଟଙ୍କାରେ ବିକ୍ରି କରୁଥିଲେ।
ବିଶ୍ୱ ବଜାରରେ ଦର ବଢ଼ିବାରୁ ଏହା ବର୍ତ୍ତମାନ ୨୪ ଶହ ଟଙ୍କା ଛୁଇଁଛି। ଲୋକଙ୍କୁ ସେହି ୧୨ ଶହ ଟଙ୍କାରେ ସାର ଯୋଗାଣ ଲାଗି ସବ୍ସିଡିକୁ ବ୍ୟାଗ୍ ପିଛା ୧୨ ଶହ ଟଙ୍କାକୁ ବଢ଼ାଇଥିବା ସରକାର କହିଛନ୍ତି। ସେହିଭଳି ୟୁରିଆ ଉପରେ ସରକାର ୯୦୦ ଟଙ୍କା ସବ୍ସିଡି ଦେଉଥିବା ମାଣ୍ଡବୀୟ ସ୍ପଷ୍ଟ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.