ନୂଆଦିଲ୍ଲୀ, ୧୪।୬: ଭିଡିଓ ଷ୍ଟ୍ରିମିଂ ସେବା ପ୍ରଦାନକାରୀ ନେଟ୍ଫ୍ଲିକ୍ସ, ହଟ୍ଷ୍ଟାର ଭଳି ୮୦୦ରୁ ଊର୍ଦ୍ଧ୍ୱ ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଏବଂ ଡିଜିଟାଲ ନ୍ୟୁଜ୍ ମିଡିଆ ଆଉଟ୍ଫିଟ୍ସ ନୂଆ ଆଇଟି ନିୟମ ଅଧୀନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ତଥ୍ୟ ପ୍ରଦାନ କରିଛନ୍ତି। ପ୍ରାୟ ଅଧିକାଂଶ ଓଟିଟି ପ୍ଲାଟ୍ଫର୍ମ ତଥ୍ୟ ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି। ଡିଜିଟାଲ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଗତ ଫେବୃୟାରୀରେ ନୂଆ ନିୟମ ଆଣିଥିଲେ। ଉପଭୋକ୍ତା ଏବଂ ଅଭିଯୋଗକାରୀଙ୍କ ଭେରିଫିକେଶନ ଅଫିସରଙ୍କ ସମେତ ଅଭିଯୋଗ ଶୁଣାଣି ଅଧିକାରୀ, ୨୪ ଘଣ୍ଟିଆ ଯୋଗାଯୋଗ ଅଧିକାରୀ ଆଦିଙ୍କୁ ନିଯୁକ୍ତ ଦେବାକୁ ସରକାର ପ୍ରସ୍ତାବ ଦେଇଥିଲେ। ସମ୍ପୃକ୍ତ ଅଧିକାରୀ ନିୟମ ଅନୁଯାୟୀ, ନିର୍ଦ୍ଦେଶ କିମ୍ବା ଆବଶ୍ୟକତା ଅନୁସାରେ କାମ କରିବେ ବୋଲି ସରକାର କହିଥିଲେ। ନିୟମ ଅନୁଯାୟୀ ସମସ୍ତ ବିଷୟରେ ବିସ୍ତୃତ ତଥ୍ୟ ୧୫ ଦିନ ମଧ୍ୟରେ ମନ୍ତ୍ରଣାଳୟକୁ ପ୍ରଦାନ କରିବାକୁ ଗତ ୨୭ ତାରିଖରେ ନିର୍ଦ୍ଦେଶ ଦିଆଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.