ଲକ୍ଷ୍ନୌ,୧୪।୬: ରବିବାର ରାତିରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ସୁଲଭ ଶ୍ରୀବାସ୍ତବ ନାମକ ଜଣେ ଟିଭି ଜର୍ନାଲଷ୍ଟଙ୍କ ମୃତ୍ୟୁ ଘଟିଛି। ମୋଟରସାଇକେଲ ଦୁର୍ଘଟଣା ତାଙ୍କ ମୃତ୍ୟୁର କାରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଜାତୀୟ ନ୍ୟୁଜ ଚ୍ୟାନେଲରେ କାମ କରୁଥିବା ଶ୍ରୀବାସ୍ତବ ଜୀବନ ପ୍ରତି ବିପଦ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜଣାଇଥିଲେ। ଜିଲାରେ ଚାଲିଥିବା ମଦର ଚୋରାଚାଲାଣ ଉପରେ ସେ ନିକଟରେ ଏକ ରିପୋର୍ଟ କରିଥିଲେ।
ମିଡିଆ କଭରେଜ ଶେଷ କରି ଫେରୁଥିବାବେଳେ ରାତି ପ୍ରାୟ ୧୧ଟା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଶ୍ରୀବାସ୍ତବ। କିଛି ଶ୍ରମିକ ତାଙ୍କୁ ଉଦ୍ଧାର କରି ତାଙ୍କ ସାଙ୍ଗଙ୍କୁ ଫୋନ କରିବା ସହ ଆମ୍ବୁଲାନ୍ସକୁ ଡକାଇଥିଲେ। ତାଙ୍କୁ ଜିଲା ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି କହିଛନ୍ତି ପ୍ରତାପଗଡ଼ର ବରିଷ୍ଠ ପୋଲିସ ଅଧିକାରୀ ସୁରେନ୍ଦ୍ର ଦ୍ୱିବେଦୀ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଦୁର୍ଘଟଣା ଘଟିବା ସମୟରେ ସେ ବାଇକ୍ରେ ଏକା ଥିଲେ। ବାଇକ୍ରୁ ପଡ଼ିବା ପରେ ରାସ୍ତା ପାର୍ଶ୍ୱରେ ଥିବା ହାଣ୍ଡପମ୍ପ ସହ ପିଟି ହୋଇଥିଲେ। ଆମେ ଅନ୍ୟ ଆଙ୍ଗେଲରୁ ମଧ୍ୟ ତଦନ୍ତ କରୁଛୁ ବୋଲି ଦ୍ୱିବେଦୀ କହିଛନ୍ତି।
ତେବେ ଜର୍ନାଲିଷ୍ଟଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଶ୍ରୀବାସ୍ତବଙ୍କ ମୁହଁରେ ଗଭୀର କ୍ଷତ ଦେଖାଯାଉଥିବା ବେଳେ ତାଙ୍କ ଦେହରେ ପୋଷାକ ନ ଥିବା ଦେଖିବାକୁ ମିଳୁଛି। ସୋମବାର ଅଜଣା ମଦ ମାଫିଆଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଜର୍ନାଲିଷ୍ଟଙ୍କ ସ୍ତ୍ରୀ ରେନୁକା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.