ପୋୟାଙ୍ଗୟାଙ୍ଗ୍,୭।୬: ଏବେ ଜିନ୍ସ୍ ପିନ୍ଧିଲେ ଏବଂ ବିଦେଶୀ ଫିଲ୍ମ ଦେଖିଲେ ଉତ୍ତର କୋରିଆ ନାଗରିକଙ୍କ ଉପରେ କଡ଼ା ଦଣ୍ଡାଦେଶ କରାଯିବ। ଏନେଇ ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ନୂଆ ଆଇନ ଜାରି କରିଛନ୍ତି। ଏଭଳି କରୁଥିବା ଅଭିଯୋଗ ଅରାଯାଇଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯିବ ବୋଲି କିମ୍ଙ୍କ ସରକାର କହିଛନ୍ତି। ଦେଶରେ ବିଦେଶୀ ପ୍ରଭାବ ଲୋପ କରିବା ଲାଗି ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି କେହି ବିଦେଶୀ ଖାଦ୍ୟ ଅବା ପାନୀୟ ମଧ୍ୟ ଗ୍ରହଣ କରିବାକୁ କିମ୍ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଜଣେ ବ୍ୟକ୍ତି ଦକ୍ଷିଣ କୋରିଆ ଫିଲ୍ମ ଦେଖୁଥିବା ଅବସ୍ଥାରେ ଧରାପଡ଼ିଥିଲେ। ତାଙ୍କୁ ତତ୍କ୍ଷଣାତ୍ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ନୂଆ ଆଇନରେ ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହେଲେ ଜେଲ୍ ଦଣ୍ଡ, ଜରିମାନାଠାରୁ ଆରମ୍ଭ କରି ଗୁଳି କରି ହତ୍ୟାର ପ୍ରାବଧାନ ରହିଛି। ଅଶ୍ଳୀଳ ଭିଡ଼ିଓ ଦେଖିଲେ ମଧ୍ୟ ଦଣ୍ଡାଦେଶ କରାଯିବ। ସେହିପରି ଆମେରିକା ,ଜାପାନ ଅବା ଦକ୍ଷିଣ କୋରିଆର ମିଡ଼ିଆ ସାମଗ୍ରୀ ରଖିଥିବା ବ୍ୟକ୍ତିିଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବ। ଏହାର ଅବମାନନା କଲେ ଏହାକୁ ରାଜଦ୍ରୋହ କୁହାଯିବ ବୋଲି କିମ୍ଙ୍କ ସରକାର କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.