ଟିକା ନେବାର ଘଣ୍ଟାକ ପରେ ମୃତ୍ୟୁ ଅଭିଯୋଗ

ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍‌ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଖମାର ଗ୍ରାମର ଶରତ ଚନ୍ଦ୍ର ସେନାପତି (୫୮)। ଅଭିଯୋଗ ପାଇ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ନିୟମ ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜକୁ ପଠାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଛେଣ୍ଡିପଦା ଥାନା ବରସାହି ପଞ୍ଚାୟତରେ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ଦିଆଯାଉଥିଲା। ପୂର୍ବାହ୍ନ ୧୦ଟା ବେଳେ ଖମାର ଗ୍ରାମର ଶରତ ଚନ୍ଦ୍ର ସେନାପତି ଓ ତାଙ୍କ ସ୍ତ୍ରୀ ରଜନୀ ସେନାପତି କୋଭିଡ୍‌ ଟିକା ନେଇଥିଲେ। ସେଠାରେ ଥିବା ନିରୀକ୍ଷଣ ଗୃହରେ ଶରତ ଅଧଘଣ୍ଟା ବିଶ୍ରାମ ନେବା ପରେ ସାଇକେଲ ଯୋଗେ ଘରକୁ ଫେରିଥିଲେ। ହେଲେ ଘରେ ପହଞ୍ଚିବାର ୧୫ ମିନିଟ୍‌ ପରେ ତାଙ୍କ ଦେହ ଥରିଥିଲା। ଏହାପରେ ଶରତଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ତୁରନ୍ତ ପରିବାର ଲୋକେ ବାଗଡିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ରାଜଲକ୍ଷ୍ମୀ ସାହୁ ଓ ଏଏନ୍‌ଏମ୍‌ ଗେଲି ପ୍ରଧାନଙ୍କୁ ଜଣାଇଥିଲେ। ଡାକ୍ତରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶରତଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଖବରପାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଶିଷ ପାଣି, ବିପିଏମ୍‌ ସଞ୍ଜୟ ବେହେରା, ମାଜିଷ୍ଟ୍ରେଟ ପ୍ରକାଶ ଚନ୍ଦ୍ର ନାୟକ ଓ ଥାନା ଅଧିକାରୀ ସୁଶାନ୍ତ ସିଂ ପ୍ରମୁଖ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ବ୍ୟବଚ୍ଛେଦ କରା ନ ଯାଇ କଟକ ଏସ୍‌ସିବି ପଠାଯାଇଥିବା ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ ଦାଶ ପ୍ରକାଶ କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପାଣି କହିଛନ୍ତି, ଟିକା ନେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ସରକାରୀ ନିୟମ ଅନୁଯାୟୀ ଏପରି ଘଟଣାରେ ମୃତଦେହ ନିକଟସ୍ଥ ମେଡିକାଲ କଲେଜରେ ବ୍ୟବଚ୍ଛେଦ କରାଯିବ। ତେଣୁ ମୃତଦେହ କଟକ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଟିକା ନେବା ପରେ ଶରତଙ୍କୁ ଅଧଘଣ୍ଟା ନିରୀକ୍ଷଣରେ ରଖାଯାଇଥିଲା। ତେବେ ଘରକୁ ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିୟମ ଅନୁଯାୟୀ ମେଡିକାଲ କଲେଜର ବିଶେଷଜ୍ଞମାନଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ କରାଯିବ। ତେଣୁ ମୃତଦେହ କଟକ ପଠାଯାଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.