ଦେବାଶିଷଙ୍କୁ ମିଳିଲାନି ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨୦।୬: ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍‌ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି। ପୁଅ ପ୍ରତ୍ୟୟ ମୁଖାଗ୍ନି ଦେଇଥିବାବେଳେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ, ସୁଧାଂଶୁ ଷଡ଼ଙ୍ଗୀ, ସୌମେନ୍ଦ୍ର ପ୍ରିୟଦର୍ଶୀ, ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇ ନ ଥିଲା। ଦେବାଶିଷଙ୍କ ଭଳି ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ ମରଶରୀରକୁ ସମ୍ମାନ ଦୃଷ୍ଟିରୁ ପୋଲିସ ମୁଖ୍ୟାଳୟ କିମ୍ବା ଭିଜିଲାନ୍ସ ମୁଖ୍ୟାଳୟକୁ ନିଆଯାଇ ପାରିଥାନ୍ତା। ମାତ୍ର ତାହା କରାଯାଇ ନ ଥିଲା। କେବଳ ଔପଚାରିକ ଭାବେ ପୋଲିସ ମହାନିର୍ଦ୍ଦେଶକ ଓ କେତେଜଣ ବରିଷ୍ଠ ପୋଲିସ ଅଧିକାରୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରିଥିଲେ।

ନିକଟରେ ସ୍ବର୍ଗତ ବିଜୟ ମହାନ୍ତି, ଅଜିତ ଦାସ, ରାଜୁ ମିଶ୍ର, ରଘୁନାଥ ମହାପାତ୍ର, କବି ରବି ସିଂହ, ମନୋଜ ଦାସ, ଶିକ୍ଷାବିତ୍‌ ବିଜୟ ସାହୁଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିବା ବେଳେ ଦେବାଶିଷଙ୍କୁ ଏଭଳି ଅସମ୍ମାନ ବୁଦ୍ଧିଜୀବୀ ଏବଂ ପୋଲିସ ମହଲରେ ସହଜରେ ଗ୍ରହଣ କରିଯାଇ ପାରୁନାହିଁ। ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆ ନ ଯିବା ରାଜ୍ୟ ପୋଲିସ ବିଭାଗରେ ଓଡ଼ିଆ ଓ ଅଣ-ଓଡ଼ିଆଙ୍କୁ ନେଇ ଚାଲିଥିବା ଶୀତଳଯୁଦ୍ଧ ପଦାକୁ ଆସିଛି ବୋଲି କୁହାଯାଉଛି। ଗାର୍ଡ ଅଫ ଅନର୍‌ ଦିଆ ନ ଯିବା ଘଟଣା ଅନେକ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ବ୍ୟଥିତ କରିଥିଲେ ମଧ୍ୟ କେହି ମୁହଁ ଖୋଲି କିଛି କହିବାକୁ ସାହସ କରୁ ନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଦେବାଶିଷ ଜଣେ ସୁଗାଳ୍ପିକ ଏବଂ ଖ୍ୟାତିସମ୍ପନ୍ନ ଲେଖକ ଥିଲେ। ସେ ନିଜ କ୍ଷୁଦ୍ର ଗଳ୍ପ ସଂକଳନ ‘ତଥା କଥିତ’ ପାଇଁ ୨୦୦୨ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କ ଲିଖିତ କେତେକ ଗଳ୍ପର ଇଂଲିଶ ଅନୁବାଦ କରାଯାଇ ବେଜିଂ ଓ ଲଣ୍ଡନ ପୁସ୍ତକ ମେଳାରେ ପ୍ରଦର୍ଶିତ ହୋଇଛି।

ଓଁକାର ମିଶ୍ର

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.