ପଥର ଅଭାବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ବିଳମ୍ବ

ପୁରୀ ଅଫିସ,୯।୬:କୋଭିଡ୍‌ କଟକଣା ଭିତରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିତ୍ବାବେଳେ ପଥର ଅଭାବ ଦେଖାଦେଇଛି। ଫଳରେ ମରାମତି କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ମୁଖ୍ୟତଃ ବିଭିନ୍ନ ପଥରକୁ ନେଇ ମରାମତି କାର୍ଯ୍ୟ ଚାଲିଥିବାବେଳେ ଗତ କିଛିଦିନ ହେବ ଖଣ୍ଡୋଲାଇଟ୍‌ ପଥର ଅଭାବ ଯୋଗୁ କାର୍ଯ୍ୟ ସ୍ଥଗିତ ରହିଛି। ଭାରତୀୟ ପ୍ରନତ୍ତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଭିତର ଓ ବାହାର ମରାମତି କାର୍ଯ୍ୟ ଚାଲୁ ରହିଥିବା ବେଳେ ପ୍ରାୟ ସମୟରେ ପଥର ଅଭାବ ପ୍ରମୁଖ ସମସ୍ୟା ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ପଥର ଖଣିରୁ ପଥର ଯୋଗାଇ ଦିଆଯାଇଥାଏ। କିନ୍ତୁ ଉକ୍ତ ଖଣି ଏବେ ଓଏମ୍‌ସି ଅଧୀନକୁ ଚାଲିଯିବା ପରେ ପଥର ମିଳିବା କଷ୍ଟ ହେଉଛି। ଫଳରେ ବାଇଶି ପାହାଚ, ପାଟ ଅଗଣା, ରୋଷଶାଳା, ଆନନ୍ଦ ବଜାର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର ଆଦି ମରାମତି କାର୍ଯ୍ୟ ହୋଇପାରୁ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଓ ଗାଣ୍ଡୁଆ ଚଉତା ଛକରେ ପଥର ଗଦା ହୋଇ ରହିଥିବା ବେଳେ ଏବେ କଁା ଭଁା ପଥର ପଡ଼ି ରହିଛି। ସେପଟେ ଶ୍ରୀମନ୍ଦିରରେ ପଥର ଅଭାବ ଯୋଗୁ କାର୍ଯ୍ୟ ଆଗେଇପାରୁ ନାହିଁ। ପଥର ଖଣି ମାଫିଆଙ୍କ କବ୍‌ଜାରେ ରହିଛି। ବାରମ୍ବାର ଏହାକୁ ନେଇ ଅଭିଯୋଗ କରାଯାଉଛି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ। ଶ୍ରୀମନ୍ଦିର ମରାମତି ସମ୍ପର୍କରେ ଖବର ଆସିବା ପରେ ତାପଙ୍ଗ, ଭୋଗପୁରୁ କ୍ୱାରିରୁ ଓବିସିସିକୁ ଯୋଗାଇ ଦିଆଯାଉଥିବା ପଥର ନେବା ପାଇଁ ଏଏସ୍‌ଆଇକୁ ଚିଠି ମାଧ୍ୟମରେ ଜଣାଯାଉଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଆସିଥିବା ପଥରରୁ ଏଏସ୍‌ଆଇକୁ ଯୋଗାଯିବା ଫଳରେ ଏଏସ୍‌ଆଇ କାର୍ଯ୍ୟ କରିପାରିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.