ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍କୁ ପାଳନ କରାଯାଇ ଯୋଗ ଦିବସ ଅନୁଷ୍ଠିତ ହୋଇଛି। ଇତିମଧ୍ୟରେ ଦିଲ୍ଲୀରୁ ଜଣେ ସାଢ଼େ ୩ବର୍ଷର ଶିଶୁକନ୍ୟାଙ୍କ ଯୋଗର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ଯୋଗାସନକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବ। ଦିଲ୍ଲୀ-ପଶ୍ଚିମ ବିହାରରେ ରହୁଥିବା ସାଢ଼େ ୩ବର୍ଷର ବାନ୍ୟା ଶର୍ମା ସବୁଠାରୁ ଅଧିକ ଆସନ କରି ଚଳିତ ବର୍ଷ ଅର୍ଥାତ୍ ୨୦୨୧ ଜୁନ ୭ରେ ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଓ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ରେ ନିଜର ନାମ ପଞ୍ଜିକରଣ କରାଇଛନ୍ତି।
ବାନ୍ୟା ୨୧ଟି ଆସନ କରି ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଓ ୧୪ଟି ଆସନ କରି ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ର ଟାଇଟଲ୍ ହାତେଇଛନ୍ତି। ବାନ୍ୟାଙ୍କ ପିତା ହେମନ୍ତ ଶର୍ମା ଜଣେ ଯୋଗଗୁରୁ। ବାନ୍ୟା ଏହି ରେକର୍ଡ ୩ବର୍ଷ ୪ମାସ ୨୯ ଦିନରେ କରିଦେଖାଇଛନ୍ତି। ଟାଇଟଲ୍ ଜିତିବା ପରେ ସମସ୍ତଙ୍କୁ ଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଘରେ ରହି ଯୋଗ କର ଏବଂ କରୋନାରୁ ସୁସ୍ଥ ରୁହ ବୋଲି ସେ କହିଛନ୍ତି। ବାନ୍ୟାଙ୍କ ଏହି ଯୋଗାସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.