ନୂଆଦିଲ୍ଲୀ, ୧୩।୬: ଦିଲ୍ଳୀରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଅନ୍ଲକ ପ୍ରକ୍ରିୟାକୁ ଆହୁରି କୋହଳ କରିଛନ୍ତି। ସୋମବାରଠାରୁ ମଲ୍ ଓ ମାର୍କେଟଗୁଡ଼ିକ ପ୍ରତିଦିନ ଖୋଲିବାକୁ ଥିବା ବେଳେ ରେଷ୍ଟୁରାଣ୍ଟଗୁଡ଼ିକକୁ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ଦିଆଯାଇଛି। ସାପ୍ତାହିକ ବଜାର ଏବଂ ଧର୍ମପୀଠଗୁଡ଼ିକ ସୋମବାରଠାରୁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି। ସେହିପରି ସେଲୁନ, ବିଉଟି ପାର୍ଲର ଓ ବାରିକ ଦୋକାନ ମଧ୍ୟ ସୋମବାରଠାରୁ ଖୋଲିବ। ଅଳ୍ପ କେତେକ ନିଷିଦ୍ଧ କାର୍ଯ୍ୟକୁ ବାଦ୍ ଦେଲେ ସୋମବାର ସକାଳ ୫ଟାରୁ ଅନ୍ୟ ସବୁ କର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ଗତ ସପ୍ତାହରେ ମାର୍କେଟ, ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସଗୁଡ଼ିକୁ ଯୁଗ୍ମ-ଅଯୁଗ୍ମ ଆଧାରରେ ଖୋଲିବାକୁ ଅନୁମତି ମିଳିଥିବା ବେଳେ ସୋମବାରଠାରୁ ସବୁଦିନ ସକାଳ ୧୦ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ। ପ୍ରତି ମ୍ୟୁନିସିପାଲିଟି ଜୋନ୍ରେ ଦିନକୁ ଗୋଟିଏ ସାପ୍ତାହିକ ହାଟ ଖୋଲାଯିବ ବୋଲି କେଜ୍ରିଓ୍ବାଲ କହିଛନ୍ତି। ଯଦି ସଂକ୍ରମଣ ଆହୁରି କମେ ତେବେ ଆଗାମୀ ଦିନରେ କଟକଣା ଅଧିକ କୋହଳ ହେବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ସ୍କୁଲ୍ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ, ମଲ୍ଟିପ୍ଲେକ୍ସ, ଥିଏଟର, ଜିମ୍, ସ୍ପା, ଅଡିଟୋରିୟମ, ବଙ୍କେଟ୍ ହଲ୍, ପ୍ରମୋଦ ଉଦ୍ୟାନ, ସ୍ବାଟର ପାର୍କ ଆଦି ଜୁନ୍ ୨୧ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.