ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ କରୋନା ଭୂତାଣୁର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ଫଳରେ ଏହି ରାଜ୍ୟରେ ଖୁବ୍ଶୀଘ୍ର ସଂକ୍ରମଣର ତୃତୀୟ ଲହର ଆସିବା ସମ୍ଭାବନା ବୃଦ୍ଧି ପାଇଛି। ଝାଡ଼ଖଣ୍ଡରୁ କୋଭିଡ୍-୧୯ ପରୀକ୍ଷା ବେଳେ ସଂଗୃହୀତ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ଭୁବନେଶ୍ୱରର ଆଇଏସ୍ଏଲ୍କୁ ପଠାଯାଇଥିଲା। ଭୂତାଣୁର ନୂଆ ଭାରିଆଣ୍ଟକୁ ଶୀଘ୍ର ଠାବ କରିବା ଲାଗି ଝାଡ଼ଖଣ୍ଡକୁ ଜିନୋମ ସିକ୍ୱେନ୍ସିଂ ମେଶିନ ଯୋଗାଇଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍)କୁ ଅନୁରୋଧ କରିଛନ୍ତି। ଅନ୍ୟ ଭାରିଆଣ୍ଟଠାରୁ ଡେଲ୍ଟା ପ୍ଲସ୍ ଅଧିକ ବିପଜ୍ଜନକ ବୋଲି ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ମନୋଜ କୁମାର କହିଛନ୍ତି।
ପୁଣି ବଢ଼ିଲା ମୃତକଙ୍କ ସଂଖ୍ୟା, କମିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ପରିବେଶ ସୁରକ୍ଷା ସହିତ ଆର୍ଥିକ ବିକାଶ ହିଁ ଭାରତର ଲକ୍ଷ୍ୟ: ମୋଦି…
ନୂଆଦିଲ୍ଲୀ,୫।୬: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ବହୁବିଧ ସମସ୍ୟା ପ୍ରତି ଭାରତ ସଚେତନ ରହିଛି। ଏକ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ ଜାରି...
ଉଠିଲା ଲକ୍ଡାଉନ୍: ଅପରାହ୍ନ ୫ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର
ପାଟନା,୮।୬:ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ କମିବା ପରେ ବିଭିନ୍ନ ରାଜ୍ୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। ମଙ୍ଗଳବାର ବିହାରରେ ଲକଡାଉନ୍ କଟକଣା ଉଠାଇ ଦିଆଯାଇଛି।...
ଅକାଳୀ ଦଳ-ବିଏସ୍ପି ମଧ୍ୟରେ ମେଣ୍ଟ: ଆସନ ଭାଗବଣ୍ଟା ବି ଚୂଡ଼ାନ୍ତ
ଚଣ୍ଡିଗଡ଼,୧୨।୬: ବିଭିନ୍ନ ରାଜ୍ୟର ରାଜନୈତିକ ଦଳରେ ବର୍ତ୍ତମାନ ମିଶ୍ରଣ ପର୍ବ ଚାଲିଛି। ଏତଦ୍ ବ୍ୟତୀତ ଦଳକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ମେଣ୍ଟ...
କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…
ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...
‘ପାକ୍ ସହ ଆଲୋଚନା କରୁ କେନ୍ଦ୍ର’
ନୂଆଦିଲ୍ଲୀ/ଶ୍ରୀନଗର,୨୩ା୬: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ଶାନ୍ତି ଫେରାଇ ଆଣିବା ପାଇଁ ଯଦି ଭାରତୀୟ ଅଧିକାରୀମାନେ ଦୋହା ଯାଇ ତାଲିବାନ ଆତଙ୍କବାଦୀଙ୍କ ସହ ଆଲୋଚନା କରିପାରୁଛନ୍ତି ତେବେ...
ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ମିଳୁନି ଦୁଇମୁଠା ଖାଦ୍ୟ: ଏକ କୋଟିରୁ ଅଧିକ ବେରୋଜଗାର…
ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ...
ବେଆଇନ ଟେଲିଫୋନ୍ ଏକ୍ସଚେଞ୍ଜକୁ କଲ୍
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୧ା୬(ପି.ଟି.):ପାକିସ୍ତାନର ଗୁପ୍ତଚର ସଂସ୍ଥାଠାରୁ ପୂର୍ବ ଭାରତରେ ଥିବା ଏକ ସାମରିକ ପ୍ରତିଷ୍ଠାନକୁ ନେଇ ଫୋନ୍ କଲ୍ କରାଯିବା ପରେ ଏବେ ବେଙ୍ଗାଲୁରୁସ୍ଥିତ ଏକ ଅବୈଧ ଟେଲିଫୋନ୍...


