Categories: ଖେଳ

ଘରୋଇ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ଲାଗୁ ନେଇ ଦାବି

ନୂଆଦିଲ୍ଲୀ,୩।୬(ପି.ଟି.): କୋଭିଡ୍‌-୧୯ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘରୋଇ କ୍ରିକେଟରଙ୍କ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ଷତିପୂରଣ ଦେବାକୁ ପ୍ରୟାସ ଆରମ୍ଭ କରିଛି। ଯଦିଓ ଏ ନେଇ ରାଜ୍ୟ ଆସୋସିଏଶନଗୁଡ଼ିକ ବିସିସିଆଇକୁ ଆଶାନୁରୂପ ସହଯୋଗ କରିପାରି ନାହାନ୍ତି। କେବଳ କ୍ଷତିପୂରଣ ଦେଲେ ଏହା ପର୍ଯ୍ୟାପ୍ତ ହେବ ନାହିଁ। ଏବେ ଘରୋଇ କ୍ରିକେଟରେ ଓ ଖେଳାଳିଙ୍କ ଲାଗି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ (କେନ୍ଦ୍ରୀୟ ଚୁକ୍ତି) ବ୍ୟବସ୍ଥା ଲାଗୁ କରିବାକୁ ଦାବି ହୋଇଛି। ଜୟଦେବ ଉନାଡକଟ, ଶେଲ୍‌ଡନ ଜ୍ୟାକଶନ ଓ ହରପ୍ରୀତ ସିଂ ଭାଟିଆଙ୍କ ଭଳି ଅଭିଜ୍ଞ ତଥା ଜଣାଶୁଣା ଘରୋଇ କ୍ରିକେଟର ଏ ନେଇ ଦାବି କରିଛନ୍ତି ଓ ସ୍ବର ଉତ୍ତୋଳନ କରିଛନ୍ତି।
ଗତମାସରେ ପୂର୍ବତନ ଭାରତୀୟ ଖେଳାଳି ତଥା ଘରୋଇ କ୍ରିକେଟର ରୋହନ ଗାଭାସ୍କର ମଧ୍ୟ ସମାନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ଆସୋସିଏଶନଗୁଡିକ ଖେଳାଳିଙ୍କ ଲାଗି କେନ୍ଦ୍ରୀୟ ଚୁକ୍ତି ଲାଗୁ କରିବା ନେଇ ନିଜର ମତ ରଖିଥିଲେ। ଜାତୀୟ ଦଳର କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରମାନେ ମଧ୍ୟ ମ୍ୟାଚ୍‌ ପାଉଣାକୁ ବାଦ୍‌ ଦେଲେ କେନ୍ଦ୍ରୀୟ ଚୁକ୍ତିର ସୁବିଧା ପାଇବା ଉଚିତ ବୋଲି ସେ କହିଥିଲେ।
ଅଧିକାଂଶ ଘରୋଇ କ୍ରିକେଟର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଖେଳିବାର ସୁଯୋଗ ପାଉନାହାନ୍ତି। ଏମାନଙ୍କର ଚାକିରିର ସୁରକ୍ଷା ମଧ୍ୟ ନାହିଁ। ଘରୋଇ କ୍ରିକେଟରମାନେ କେବଳ ମ୍ୟାଚ୍‌ ପାଉଣା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଗତବର୍ଷ କୋଭିଡ୍‌-୧୯ କାରଣରୁ ରଣଜୀ ଟ୍ରଫି ସମ୍ପୂର୍ଣ୍ଣ ବାତିଲ ହେବା ଫଳରେ ଖେଳାଳିମାନେ ପାଉଣା ପାଇନାହାନ୍ତି। ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ୩୦ଜଣ କ୍ରିକେଟରଙ୍କୁ ଆସୋସିଏଶନଗୁଡିକ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରିବା ଉଚିତ ବୋଲି ଉନାଡକଟ କହିଛନ୍ତି। ମହାମାରୀ ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଚୁକ୍ତି ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମ୍ୟାଚ୍‌ ଖେଳାଯାଉ ନ ଥିବାରୁ ବିଭିନ୍ନ ବୟସ ବର୍ଗର କ୍ରିକେଟରଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବା ଉଚିତ ବୋଲ ଉନାଡକଟ କହିଛନ୍ତି। ଗତବର୍ଷ ଉନାଡକଟଙ୍କ ନେତୃତ୍ୱରେ ସୌରାଷ୍ଟ୍ର ରଣଜୀ ଟ୍ରଫି ଟାଇଟଲ ହାସଲ କରିଥିଲା।
ଏକ ଫୁଲ୍‌ ସେସନ ଖେଳିଲେ ଜଣେ ଘରୋଇ କ୍ରିକେଟର ୧୫ରୁ ୧୬ ଲକ୍ଷ ଟଙ୍କା ଉପାର୍ଜନ କରିଥାଏ। କିନ୍ତୁ ୨୦୨୧ରେ ୮୭ ବର୍ଷ ପରେ ପ୍ରଥମଥର ପାଇଁ ରଣଜୀ ଟ୍ରଫି ବାତିଲ ହୋଇଥିଲା। ରାଜ୍ୟ ଆସୋସିଏଶନଗୁଡିକ ଚୁକ୍ତି ଲାଗୁ କରିବା ନେଇ ପ୍ରୟାସ ଆରମ୍ଭ କରିବା ଉଚିତ। କାରଣ କୋଭିଡ୍‌-୧୯ କେତେଦିନ ତା’ର ପ୍ରକୋପ ଜାରି ରଖିବ ତାହା କାହାକୁ ଜଣାନାହିଁ ବୋଲି ଜ୍ୟାକସନ କହିଛନ୍ତି। ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମଧ୍ୟ ଚୁକ୍ତିରେ ସାମିଲ କରାଯିବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟପଟେ ଘରୋଇ କ୍ରିକେଟରଙ୍କୁ କ୍ଷତି ପୂରଣ ଦେବାକୁ ବିସିସିଆଇ ପ୍ରସ୍ତୁତ ରହିଛି। ଏ ନେଇ ରାଜ୍ୟ ଆସୋସିଏଶନଗୁଡିକ ସହ ଆଲୋଚନା ଚାଲିଛି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। କିନ୍ତୁ ମେ’ ୨୯ରେ ଅନୁଷ୍ଠିତ ହୋଇଥିତ୍ବା ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍‌ଜିଏମ୍‌)ରେ ଏ ନେଇ ଆଲୋଚନା ହୋଇ ନ ଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.