କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ସ୍ଥାନୀୟ ଢାଙ୍ଗରପଡ଼ା ଏନ୍ଏଚ ୪୯ କଡ଼ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କୃଷକ ଓ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏହି ସଭା ଓଡ଼ିଶା କୃଷକ ସଭା ଓ ସିଟୁ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ତୁରନ୍ତ ତିନି କଳା କୃଷି ଆଇନକୁ ବାତିଲ କରିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ପ୍ରତ୍ୟାହାର, ତୈଳ ଦର ହ୍ରାସ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ, କଳାବଜାରୀଙ୍କ ଉପରେ ଅଙ୍କୁଶ ଲଗାଇବା ସହ ପ୍ରତ୍ୟେକ ପରିବାରକୁ ୧୦ କିଲୋ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ (ରାଶନ କିଟ୍) ଆଦି ଦାବି କରିଛନ୍ତି। ଆୟ କର ବାହାରେ ଥିବା ପରିବାରକୁ ମାସିକ ୭୫୦୦ ଟଙ୍କା ସହାୟତା ଦାବି କରିଛନ୍ତି। ଓଡ଼ିଶା କୃଷକସଭାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାଉତ, ସିଟୁର ସହ ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ନିର୍ମଳ ସିଂହ, ଦୈତାରୀ ଆପଟ, କାର୍ତ୍ତିକ ସାହୁ ପ୍ରମୁଖ ସାମିଲ ଥିଲେ।
Posted inଆମ ଜିଲା ଖବର, କେନ୍ଦୁଝର View All
କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍ଦାର ଯାଞ୍ଚ
ବୁଗୁଡ଼ା,୧୩ା୬(ଡି.ଏନ୍.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...
ବିଶ୍ୱର ୫୦ ସହର ମଧ୍ୟରେ ରାଉରକେଲା
ରାଉରକେଲା ଅଫିସ, ୧୭ା୬: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି...
ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ଦୀର୍ଘ ୧୧ ଘଣ୍ଟା ଧରି ଅକ୍ସିଜେନ ଲିକ୍
କେସିଙ୍ଗା,୯ା୬(ଡି.ଏନ୍.ଏ.): ସମ୍ବଲପୁର ରେଲଓ୍ବେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲଓ୍ବେ ଷ୍ଟେଶନରେ ଏକ ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲିକ୍ ହୋଇଥିଲା। କେସିଙ୍ଗା ରେଲଓ୍ବେ...
ଅମ୍ବାଳିଅଠା ନିକଟରେ ସିରିଜ୍ ଦୁର୍ଘଟଣା: ୨ ମୃତ; ଡମ୍ପର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧିଦେଲେ ଲୋକେ
ବାଲେଶ୍ୱର ଅଫିସ, ଜଳେଶ୍ୱର(ଡି.ଏନ୍.ଏ.),୪।୬: ବାଲେଶ୍ୱର ଜିଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।...
ଖୁବ୍ଶୀଘ୍ର ଏସ୍ସିବିରେ ଏକ୍ମୋ ଚିକିତ୍ସା
ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍ସିବି ମେଡିକାଲରେ ଏକ୍ମୋ ଚିକିତ୍ସା ସେବା ଖୁବ୍ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ...
୧୫ ହଜାର ହେକ୍ଟରରୁ ଅଧିକ ବେଆଇନ ଘେରି
କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୧।୬: (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଜାତୀୟ ଉଦ୍ୟାନ ଭିତରକନିକାରେ ଥିବା ୧୪୧ ବେଆଇନ ଚିଙ୍ଗୁଡ଼ି ଘେରିକୁ ଗତ ୧୭ ତାରିଖରେ ରାଜସ୍ବ,...
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର
ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ...


