ନୂଆଦିଲ୍ଲୀ,୧୫।୬: ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଦର୍ଶନ କରିବାକୁ ଆତଙ୍କବାଦ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ସହିତ ଦିଲ୍ଲୀ ଦଙ୍ଗାର ୩ ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ମଞ୍ଜୁର କରିଛନ୍ତି। ପିଞ୍ଜରା ତୋଡ୍ର ସଦସ୍ୟ ନତାଶା ନରଓ୍ବାଲ ଏବଂ ଦେବାଙ୍ଗନା କାଳିତା ତଥା ଜାମିଆ ମିଲିଆ ଇସଲାମିଆ ଛାତ୍ର ଆଶିଫ୍ ଇକ୍ବାଲ୍ ତହ୍ନାଙ୍କ ଜାମିନ ଆବେଦନର ବିଚାର କରି ବିଚାରପତି ସିଦ୍ଧାର୍ଥ ମ୍ରିଦୁଲ ଏବଂ ଅନୁପ ଜୟରାମ ଭମଭାନୀଙ୍କ ନେତୃତ୍ୱରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସରକାର ପ୍ରଦର୍ଶନ ଏବଂ ଆତଙ୍କବାଦ ମଧ୍ୟରେ ଥିବା ଭିନ୍ନତା ହୃଦୟଙ୍ଗମ କରିବା ଆବଶ୍ୟକ। ପ୍ରଦର୍ଶନ କରିବା ଏକ ସାମ୍ବିଧାନିକ ବ୍ୟବସ୍ଥା। ସୂଚନାଯୋଗ୍ୟ, ଗତ ୨୦୨୦ ଫେବୃୟାରୀ ୨୪ରେ ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଉତ୍ତର- ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାର ଷଡ଼ଯନ୍ତ୍ର ରଚିଥିବା ନେଇ ନତାଶା, ଦେବାଙ୍ଗନା ଏବଂ ଆଶିଫ୍ଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.