କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍ମାର୍କ ୟୁରୋ କପ୍ ଗ୍ରୁପ୍ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ସ୍ଥାନୀୟ ପାର୍କେନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଡେନ୍ମାର୍କ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏହି ବିଜୟ ସହ ଡେନ୍ମାର୍କ ରାଉଣ୍ଡ ଅଫ୍ ୧୬ ଅର୍ଥାତ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଗ୍ରୁପ୍ ବି’ରେ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ପାଇଥିଲେ ମଧ୍ୟ ଡେନ୍ମାର୍କ ଉନ୍ନତ ଗୋଲ ବ୍ୟବଧାନରେ ଫିନ୍ଲାଣ୍ଡ ଓ ରୁଷିଆ (ଉଭୟ ୩ ପଏଣ୍ଟ)କୁ ପଛରେ ପକାଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଡେନ୍ମାର୍କ ରୁଷିଆକୁ ବହୁ ପଛରେ ପକାଇଥିଲା।
ପ୍ରଥମାର୍ଦ୍ଧର ୩୮ତମ ମିନିଟ୍ରେ ମିକେଲ ଡାମ୍ସଗାର୍ଡ ପ୍ରଥମ ଗୋଲ ଦେଇ ଡେନ୍ମାର୍କକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ୪ଟି ଗୋଲ ଦେଖିବାକୁ ମିଳିଥିଲା। ୫୯ତମ ମିନିଟ୍ରେ ୟୁସୁଫ ପୌଲସେନ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। କିନ୍ତୁ ୭୦ତମ ମିନିଟ୍ରେ ରୁଷିଆ ତରଫରୁ ଅର୍ଟେମ ଡିଜିଉବା ପେନାଲ୍ଟି ଜରିଆରେ ଗୋଲ ଦେଇ ଦଳର ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏହାପରେ ଡେନ୍ମାର୍କ ତରଫରୁ ଆଣ୍ଡ୍ରିଆସ କ୍ରିଷ୍ଟେନସେନ ଓ ଜୋଆକିମ ମାହେଲେ ଯଥାକ୍ରମେ ୭୯ ଓ ୮୨ତମ ମିନିଟ୍ରେ ଗୋଲ ଦେଇ ଦଳକୁ ୪-୧ରେ ବିଜୟୀ କରାଇଥିଲେ। ଦଳର ବୃହତ୍ ବିଜୟରେ ଡେନ୍ମାର୍କ କୋଚ୍ କାସ୍ପର ହଜୁଲମାଣ୍ଡ ଖୁସି ଜାହିର କରିଛନ୍ତି। ସେ ଖେଳାଳିମାନଙ୍କୁ ଏହି ବିଜୟ ଉତ୍ସର୍ଗ କରିଛନ୍ତି। ଡେନ୍ମାର୍କ, ରୁଷିଆ ଓ ଫିନ୍ଲାଣ୍ଡ ପ୍ରତ୍ୟେକ ୩ ଲେଖାଏ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନରେ ଡେନ୍ମାର୍କ ନକ୍ଆଉଟ୍ରେ ପ୍ରବେଶ କରିଛି। ଏବେ ଡେନ୍ମାର୍କ ଶନିବାର ଓ୍ବେଲ୍ସକୁ ଭେଟିବ। ଏହି ମ୍ୟାଚ୍କୁ ଡ୍ର ରଖିପାରିଥିଲେ ରୁଷିଆ ନକ୍ଆଉଟରେ ପ୍ରବେଶ କରିଥାନ୍ତା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.