ଢାକା, ୧୩ା୬ (ପି.ଟି.)- ମହମ୍ମଡ଼ାନ ସ୍ପୋର୍ଟିଂ ବନାମ ଆବାହନୀ ଲିମିଟେଡ୍ ମ୍ୟାଚ୍ ବେଳେ ପଡ଼ିଆରେ ଅଶୋଭନୀୟ ଆଚରଣ ପାଇଁ ବାଂଲାଦେଶର ଷ୍ଟାର କ୍ରିକେଟର ଶକିବ ଅଲ୍ ହସନ ଢାକା ଟି୨୦ ପ୍ରିମିୟର ଲିଗ୍ (ଡିପିଏଲ୍)ର ୩ଟି ମ୍ୟାଚ୍ରୁ ସସ୍ପେଣ୍ଡ ହୋଇଛନ୍ତି। ସେ ଡିପିଏଲ୍ର ୮ମ, ୯ମ ଓ୧୦ମ ରାଉଣ୍ଡ ଗେମ୍ ଖେଳିପାରିବେ ନାହିଁ। ଏଥିସହିତ ତାଙ୍କୁ ୫ଲକ୍ଷ ଟାକା (୫୮୦୦ ଆମେରିକୀୟ ଡଲାର) ଜରିମାନା କରାଯାଇଛି। ମ୍ୟାଚଟିରେ ଶକିବଙ୍କ ନେତୃତ୍ୱାଧୀନ ମହମ୍ମଡ଼ାନ ଡିଏଲ୍ଏସ୍ ପଦ୍ଧତିରେ ବିଜୟ ଲାଭ କରିଥିଲା। ମ୍ୟାଚବେଳେ ଶକିବ ଦୁଇଥର କ୍ରୋଧାନ୍ବିତ ହୋଇପଡ଼ିଥିଲେ। ଥରେ ସେ ତାଙ୍କ ବାଂଲାଦେଶ ଟିମ୍ମେଟ୍ ମୁସ୍ଫିକର ରହିମଙ୍କ ବିପକ୍ଷରେ ଲେଗ୍ ବିଫୋର ଦୃଢ଼ ଅପିଲ କରି ବିଫଳ ହେବା ପରେ ଷ୍ଟମ୍ପ୍ସକୁ ଗୋଇଠା ମାରିଥିଲେ। ଦ୍ୱିତୀୟତଃ ଫଳାଫଳ ନିରୂପଣ ପାଇଁ ଆବାହନୀ ଦଳ ଅତିକମ୍ରେ ୬ ଓଭର ଖେଳିବା ଦରକାର କରୁଥିବାବେଳେ ବର୍ଷା କାରଣରୁ ଆଉ ମାତ୍ର ଗୋଟିଏ ବଲ ବାକିଥିବା ଅବସ୍ଥାରେ ଅମ୍ପାୟର ପଡ଼ିଆକୁ ଘୋଡ଼ାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶକିବ ଏଥିରେ ଉତ୍ତେଜିତ ହୋଇ ମିଡ୍-ଅଫ୍ରୁ ଯାଇ ଷ୍ଟମ୍ପକୁ ଓପାଡ଼ି ଦେଇଥିଲେ। ବର୍ଷାଛାଡ଼ିବା ପରେ ଅବଶ୍ୟ ମ୍ୟାଚ ଖେଳାଯାଇଥିଲା। ଶକିବଙ୍କ ଟିମ୍ ସହଜରେ ବିଜୟ ଲାଭ କରିଥିଲା। କିନ୍ତୁ ସେ ପ୍ରତିପକ୍ଷ ଦଳର ଅଫିସିଆଲ ଓ ପୂର୍ବତନ ବାଂଲାଦେଶ ଅଧିନାୟକ ଖାଲେଦ ମେହମୁଦ ସୁଜନଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ। ପରେ ଅବଶ୍ୟ ଶକିବ ତାଙ୍କ ଅଫିସିଆଲ ଫେସ୍ବୁକ୍ ପେଜ୍ରେ ନିଃସର୍ତ୍ତମୂଳକ କ୍ଷମାପ୍ରାର୍ଥନା କରିଥିଲେ। କିନ୍ତୁ ମ୍ୟାଚ ସମ୍ପତ୍ତି ନଷ୍ଟ କରିବାକୁ ଚେଷ୍ଟା କରିଥିବାରୁ ସେ ଲେଭଲ-୩ ନିୟମ ଉଲ୍ଲଂଘନ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.