ମୁମ୍ବାଇ,୧୦।୬: ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍ ଲାଗି ଗୁରୁବାର ଭାରତୀୟ ଦଳ ଘୋଷିତ ହୋଇଯାଇଛି। ବରିଷ୍ଠ ଓପନର ଶିଖର ଧାଓ୍ବନଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଥିବା ବେଳେ ଉପଅଧିନାୟକ ଭାବେ ତାଙ୍କୁ ସହଯୋଗ କରିବେ ଭୁବନେଶ୍ୱର କୁମାର। ଦଳରେ ସ୍ଥାନ ପାଇଛନ୍ତି ଏକାଥରକେ ୬ ନୂଆ ମୁହଁ। ସେମାନେ ହେଲେ ଦେବଦତ୍ତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ନୀତିଶ ରାଣା, କେ ଗୋଥାମ, ଚେତନ ସାକାରିୟା ଓ ବରୁଣ ଚକ୍ରବର୍ତ୍ତୀ। ଏହି ଖେଳାଳିମାନେ ଚଳିତ ବର୍ଷ ଆଇପିଏଲରେ ଆଖିଦୃଶିଆ ପ୍ରଦର୍ଶନ କରିଥିବାରୁ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି। ଦଳ ସହ କୋଚ୍ ଭାବେ ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ) ମୁଖ୍ୟ ରାହୁଲ ଡ୍ରାଭିଡ ଗସ୍ତ କିରବେ।
ଜୁଲାଇ ୧୩ରେ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। ପରବର୍ତ୍ତୀ ଦୁଇ ମ୍ୟାଚ୍ ୧୬ ଓ ୧୮ରେ ଅନୁଷ୍ଠିତ ହେବ। ପରେ ୨୧, ୨୩ ଓ ୨୫ ତାରିଖରେ ଟି୨୦ ସିରିଜ୍ର ୩ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ଆର. ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ଭାରତୀୟ ଦଳ: ଶିଖର ଧାଓ୍ବନ (ଅଧିନାୟକ), ପୃଥ୍ବୀ ଶ, ଦେବଦତ୍ତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଷନ, ସଞ୍ଜୁ ସାମସନ (ଉଭୟ ଉଇକେଟକିପର), ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, କେ. ଗୋଥାମ, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ୱର କୁମାର (ଉପଅଧିନାୟକ), ଦୀପକ ଚହର, ନବଦୀପ ସାଇନି ଓ ଚେତନ ସାକାରିୟା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.