Categories: ଖେଳ

ଦିୟା-ସ୍ବସ୍ତିକା ରନର୍ସଅପ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍‌ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍‌ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା ଚିତାଲେ ଓ ସ୍ବସ୍ତିକା ଘୋଷ ପ୍ରଭାବୀ ପ୍ରଦର୍ଶନ ସହ ରନର୍ସ ଅପ୍‌ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ବାଳିକା ବିଭାଗରେ ଏହି ଯୋଡ଼ି ରୁଷିଆର ନାତାଲିଆ ମାଲିନିନା ଓ ଏଲିଜାବେଥ୍‌ ଆବ୍ରାମିଆନଙ୍କଠାରୁ ୩-୧୧, ୬-୧୧, ୭-୧୧ରେ ପରାଜିତ ହୋଇଛନ୍ତି। ଭାରତୀୟ ଯୋଡ଼ି ପୂର୍ବରୁ ସେମିଫାଇନାଲରେ ଚେକ୍‌ ରିପବ୍ଲିକର ଲିଣ୍ଡା ଜାଡେରୋଭା ଓ କ୍ରୋଏସିଆର ହାନା ଆରାପୋଭିକ୍‌ଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଦିୟା ଓ ସ୍ବସ୍ତିକା ୧୯ ବର୍ଷରୁ କମ୍‌ ସିଙ୍ଗଲ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ସେମିଫାଇନାଲରେ ସମାନ ୨-୩ରେ ପରାଜିତ ହୋଇ ସେମାନଙ୍କ ଅଭିଯାନ ଶେଷ କରିଥିଲେ। ଦିୟା ରୁଷିଆର ଭ୍ଲାଦା ଭୋରୋନିନାଙ୍କୁ କଡ଼ା ଟକ୍କର ଦେଇଥିଲେ ଏବଂ ୮-୧୧, ୧୧-୭, ୧୧-୬, ୮-୧୧, ୭-୧୧ରେ ପରାଜିତ ହୋଇଥିଲେ। ବର୍ତ୍ତମାନର ଜାତୀୟ ଜୁନିୟର ଚାମ୍ପିୟନ ସ୍ବସ୍ତିକା ତୁର୍କୀର ଇସି ହାରାକ୍‌ଙ୍କଠାରୁ ୧୧-୮, ୪-୧୧, ୧୧-୯, ୩-୧୧, ୬-୧୧ରେ ହାରିଯାଇଥିଲେ। କୋଭିଡ୍‌ର ଆବିର୍ଭାବ ପରେ ଭାରତୀୟ ଟେବୁଲ ଟେନିସ ଖେଳାଳିଙ୍କ ଅକ୍ସନ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ୟୁଥ୍‌ ଇଭେଣ୍ଟରେ ଦେଖିବାକୁ ମିଳିଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.