ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ ଏହା ଏକ ଅଭ୍ୟାସରେ ପଡିଗଲେ ତାହାର ପ୍ରଭାବ ଶରୀର ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ଜଣେ ବ୍ୟକ୍ତି ମାସକୁ ଥରେ ଉପବାସ କରନ୍ତି, ତେବେ ତାଙ୍କର ପାଚନକ୍ରିୟା ପୂର୍ବାପେକ୍ଷା ଆହୁରି ସକ୍ରିୟ ହୋଇଥାଏ ବୋଲି ଟୋକିଓ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାପଡିଛି। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ମାସକୁ ଅତିକମରେ ଥରେ ଉପବାସ ରହିବାକୁ ପରାମର୍ଶ ଦିଆଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ପାଚନକ୍ରିୟା ପୂର୍ବାପେକ୍ଷା ସକ୍ରିୟ ହେଉଥିବାର ଜଣାପଡିଥିଲା। ଉପବାସ ରହିବା ଦ୍ୱାରା ଆମ ଶରୀରରେ ଥିବା ଟକ୍ସିନ ନାମକ ବିଷାକ୍ତ ତତ୍ତ୍ୱ ବାହାରି ଯାଇଥାଏ, ଫଳରେ ଆମର ପାଚନକ୍ରିୟା ଆହୁରି ସକ୍ରିୟ ହୁଏ ବୋଲି ଉକ୍ତ ୟୁନିଭର୍ସିଟିର ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.