ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଗତ ୫ ଦିନ ପୂର୍ବରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରୁ ବାହାରିମାତ୍ରେ ତାଙ୍କୁ କ୍ୟାମେରାରେ କଏଦ୍ କରାଯାଇଥିଲା। ଉକ୍ତ ଫଟୋରେ ଦିଲ୍ଲୀପ କୁମାର ଷ୍ଟ୍ରେଚରରେ ଶୋଇଥିବାର ଦେଖିବାକୁ ମିଳିଥିଲା।
ଏହି ସମୟରେ ତାଙ୍କ ସହ ପତ୍ନୀ ସାୟରା ବାନୁ ଓ ସର୍ମ୍ପକୀୟ ଉପସ୍ଥିତ ଥିଲେ। ହସ୍ପିଟାଲର ବାହାରକୁ ଆସିବା ପରେ ସାୟରା ଖବରଦାତାଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ। ଏଥିସହ ସାୟରା କହିଛନ୍ତି, ଦିଲ୍ଲୀପ କୁମାରଙ୍କ ଫୁସ୍ଫୁସ୍ରୁ ସମ୍ପୂର୍ଣ୍ଣ ଭାବେ ପାଣି କଢ଼ା ହୋଇଯାଇଛି। ଏବେ ସେ ସୁସ୍ଥ ଅଛନ୍ତି। ପ୍ରଶଂସକଙ୍କ ପ୍ରାର୍ଥନା ପ୍ରଭାବ ପକାଇଛି, ଆଗକୁ ବି ଏଭଳି ପ୍ରାର୍ଥନା ଜାରି ରହିଥାଉ ବୋଲି କହିବା ସହ ସାୟରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.