ନୂଆଦିଲ୍ଲୀ,୨୫।୬: ଅଭ୍ୟାସ ଅଭାବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ। ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉ ନାହିଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ। ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳ ୩ ସପ୍ତାହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛି। ଏହାକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଦିଲିପ ଭେଙ୍ଗସରକର।
ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ପଦରେ ରହିସାରିଥିବା ଭେଙ୍ଗସରକର କହିଛନ୍ତି, ଦୁଇ ବର୍ଷ ଧରି ଖେଳାଯାଇଥିବା ଡବ୍ଲ୍ୟୁଟିସିରେ ଭାରତ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଫାଇନାଲରେ ଦଳକୁ ଖୁବ୍ ବାଧି ଥିଲା ଅଭ୍ୟାସର ଅଭାବ। କ୍ୱାରେଣ୍ଟିନ କଟକଣା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ କେବଳ ଗୋଟିଏ ଇଣ୍ଟ୍ରା-ସ୍କାଡ୍ ମ୍ୟାଚ୍ ଖେଳଥିଲା ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ନ୍ୟୁଜିଲାଣ୍ଡ ଫାଇନାଲରେ ପହଞ୍ଚିଥିଲା। ଡବ୍ଲ୍ୟୁଟିସି ଫାଇନାଲ ପରେ ୩ ସପ୍ତାହ ବ୍ରେକ ନେବା କେତେ ଦୂର ଉଚିତ ମୋତେ ଜଣା ନାହିଁ। ମୋ ମତରେ ଗୋଟିଏ ସପ୍ତାହ ଛୁଟି ଯଥେଷ୍ଟ। ଦଳକୁ କ୍ରମାଗତ ଖେଳିବା ଦରକାର। ସେମାନଙ୍କ ନିଷ୍ପତ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.