ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆ ଆଜି ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୮ ଜୁନ ୧୯୫୭ରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୁନିଭାଇ କାପାଡିଆଙ୍କୁ ଫିଲ୍ମ ଷ୍ଟାରମାନଙ୍କ ମଧ୍ୟରେ ସମୟ ବିତାଉଥିଲେ। ସେ ପ୍ରାୟତଃ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନଙ୍କୁ ପାର୍ଟି ଦେଉଥିଲେ। ଏହିପରି ଏକ ପାର୍ଟିରେ ରାଜ କପୁର ଡିମ୍ପଲ କାପାଡିଆଙ୍କୁ ଦେଖି ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ମନସ୍ଥ କରିଥିଲେ। ପରେ ରାଜ କପୁର ତାଙ୍କ ପୁଅ ରିଷି କପୁରଙ୍କ ସହ ଡିମ୍ପଲ କାପାଡିଆଙ୍କୁ ବଲିଉଡ୍ ଡେବ୍ୟୁ କରିବାକୁ ସୁଯୋଗ ଦେଇଥିଲେ। ସେତେବେଳେ ଡିମ୍ପଲଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ଏବଂ ରାଜେଶ ଖାନ୍ନା ସେହି ଯୁଗର ସୁପରଷ୍ଟାର ଥିଲେ। ଫିଲ୍ମ ବବି (୧୯୭୩) ରିଲିଜ ପୂର୍ବରୁ ଡିମ୍ପଲ ରାଜେଶ ଖାନ୍ନାଙ୍କୁ ଭେଟି ସାରିଥିଲେ। ସେମାନଙ୍କର ସାକ୍ଷାତ ଶୀଘ୍ର ବନ୍ଧୁତ୍ୱରେ ପରିଣତ ହେଲା। ଧୀରେ ଧୀରେ, ସେମାନଙ୍କ ମଧ୍ୟରେ ପ୍ରେମ ବ ସମ୍ପର୍କ ବଢିବାକୁ ଲାଗିଲା।
ରାଜେଶ ଏବଂ ଡିମ୍ପଲଙ୍କ ପ୍ରେମ ବିଷୟରେ ସବୁଆଡେ ଚର୍ଚ୍ଚା ହେଲା। ରାଜେଶ ଖାନ୍ନା ଥରେ ଡିମ୍ପଲଙ୍କୁ ସମୁଦ୍ର କୂଳକୁ ନେଇ ସେଠାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଡିମ୍ପଲ ତାଙ୍କ ପ୍ରେମରେ ଏବେ ବୁଡି ଯାଇଥିଲେ ଯେ ଆଉ ବିଳମ୍ବ ନ କରି ବିବାହକୁ ହଁ କହିଦେଇଥିଲେ। ରାଜେଶ ଖାନ୍ନା ତାଙ୍କଠାରୁ ୧୫ ବର୍ଷ ବଡ ହୋଇଥିବା କଥା ସେ ମନରେ ଚିନ୍ତା କରି ନ ଥିଲେ।
ରାଜେଶ ଖାନ୍ନା ଚାହୁଁ ନ ଥିଲେ ଯେ ଡିମ୍ପଲ ବିବାହ ପରେ ଫିଲ୍ମରେ କାମ କରନ୍ତୁ। ତେଣୁ ବିବାହ ପରେ ସେ ଡିମ୍ପଲଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ଆଉ ଫିଲ୍ମରେ କାମ କରିବେ ନାହିଁ। କିନ୍ତୁ ଡିମ୍ପଲ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଆରମ୍ଭ ହେଲା। ଏହାପରେ ଡିମ୍ପଲ ରାଜେଶ ଖାନ୍ନାଙ୍କ ଘରୁ ଛାଡି ଦେଇଥିଲେ ଏବଂ ଅନେକ ସୁପରହିଟ୍ ଚଳଚ୍ଚିତ୍ରର ଅଂଶବିଶେଷ ହୋଇଥିଲେ।
ଆଖିବୁଜିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା
କିମ୍ବଦନ୍ତୀ ବଙ୍ଗଳା ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ତାଙ୍କ...
ହାତକୁ ଦି’ ହାତ ହେଲେ ଏହି ଅଭିନେତ୍ରୀ
ନିକଟରେ ବଲିଉଡ ଅଭିନେତ୍ରୀ ୟାମି ଗୌତମ ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏବେ ଅଭିନେତ୍ରୀ ଏଭଲିନ...
ଶୁଟିଂ ସେଟ୍ରେ ଏହି ଅଭିନେତ୍ରୀଙ୍କ ହାତରେ ଛେପ ପକାଇଥିଲେ ଅମିର, ଆଉ ତା’ ପରେ
୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା...
ବିଗ୍ବିଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ
ଚଳଚ୍ଚିତ୍ର ଜଗତରେ ଶୁଟିଂ ସମୟରେ ଏପରି କିଛି ଘଟଣା ଘଟି ଥାଏ ଯାହା ସର୍ବଦା ସ୍ମରଣୀୟ। ଏପରି ଅନେକ କାହାଣୀ ଅଛି, ଯାହାକୁ ଅଭିନେତ୍ରୀ ୱାହିଦା...
ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇଲେ ରାଖି ସାଓ୍ବନ୍ତ, ଭିଡ଼ିଓ ଭାଇରାଲ…
ମୁମ୍ବାଇ,୨୨।୬: ବଲିଉଡ୍ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ...
ପ୍ରଶଂସକଙ୍କୁ ମନ ଦେଇ ବସିଥିଲେ ଏହି ସୁପରଷ୍ଟାର୍
ଦକ୍ଷିଣର ସୁପରଷ୍ଟାର ବିଜୟ ଚନ୍ଦ୍ରଶେଖର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏପର୍ଯ୍ୟନ୍ତ ଅନେକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ...
ନିଜଠୁ ୧୮ ବର୍ଷ ବଡ ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ନେଇ ଏମିତି କହିଲେ ଅଭିକା
ଟେଲିଭିଜନ ଅଭିନେତ୍ରୀ ଅଭିକା ଗୋର ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। ଦୀର୍ଘ ଦିନ ଧରି ସସୁରାଲ ସିମରରେ ତାଙ୍କ ସହ-ଅଭିନେତା...
ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏମ୍ଏଫ୍ ହୁସେନ୍
ବଲିଉଡ୍ ଅଭିନେତ୍ରୀ ଅମୃତା ରାଓ ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅମୃତା ଇଶ୍କ-ଭିସ୍କ, ମେଁ ହୁଁ ନା, ବିବାହ, ମସ୍ତି ଏବଂ ଜଲି...


