ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ ଧୋନୀ ଦଳରେ ସାମିଲ ହେବା ପରେ କାର୍ତ୍ତିକଙ୍କ କ୍ୟାରିୟର ଶୀର୍ଷରେ ପହଞ୍ଚି ପାରି ନ ଥିଲା। ସେ ୨୦୧୯ ବିଶ୍ୱକପ୍ ପରଠାରୁ ଦଳରୁ ବାହାରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନିଜର ଶେଷ ମ୍ୟାଚ୍ ବିଶ୍ୱକପ୍ ସେମିଫାଇନାଲରେ ଖେଳିଥିଲେ। ଏଥିରେ ସେ ୨୫ ବଲରେ ୨୬ ରନ୍ କରିଥିଲେ। ସେତେବେଳରୁ ଦଳରୁ ବାହାରେ ଥିବା କାର୍ତ୍ତିକଙ୍କୁ ଟି୨୦ ଟିମ୍ରୁ ମଧ୍ୟ ଆଉଟ୍ କରିଦିଆଯାଇଥିଲା। ଏବେ ସେ ଏହାପଛରେ ଥିବା କାରଣ ବିଷୟରେ କହିଛନ୍ତି।
କାର୍ତ୍ତିକ କହିଛନ୍ତି, ସେ ନିଜର ବୟସ ଦେଖିବାକୁ ଚାହାନ୍ତି ନାହିଁ, ବରଂ ସେ କେତେ ଫିଟ୍ ତାହା ଦେଖିବାକୁ ଚାହାନ୍ତି। ଯଦି ଫିଟ୍ନେସ ଟେଷ୍ଟ ପାସ୍ କରି ନିଅନ୍ତି ତେବେ ଦେଶ ପାଇଁ ଖେଳିବାକୁ ଖେଳାଳି ପ୍ରସ୍ତୁତ ବୋଲି ଜଣାପଡେ। ଏବେ ସେ ଟି୨୦ ବିଶ୍ୱକପ୍ରେ ଦେଶ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ଯଥାସମ୍ଭବ ପ୍ରୟାସ କରୁଛନ୍ତି ବୋଲି କାର୍ତ୍ତିକ କହିଛନ୍ତି।
ଏହାଛଡ଼ା ସେ ଅତିତରେ ସେ ଭଲ ପ୍ରଦର୍ଶନ କରିଛନ୍ତି। ୨୦୧୯ରେ ଦଳରୁ ବାହାର କରାଯିବା ସମୟରେ ମଧ୍ୟ ଦଳ ପାଇଁ ଭଲ ଖେଳିଥିବା ସେ ଜାଣି ଥିଲେ। ହେଲେ ବିଶ୍ୱକପ୍ରେ ଭଲ ଖେଳିପାରି ନ ଥିଲେ। ଫଳରେ ତାଙ୍କୁ ବାହାର କରିଦିଆଯାଇଥିଲା ବୋଲି କାର୍ତ୍ତିକ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.