Categories: ଖେଳ

ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ

ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ ପଡିଛନ୍ତି। ବିଭିନ୍ନ ସୋସିଆଲ ମିଡିଆରେ ଭାରତୀୟମାନଙ୍କୁ ପରିହାସ କରି ଏହି ଦୁଇ କ୍ରିକେଟର ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌ରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରାଯାଇଥିବାର ଅଭିଯୋଗ ହୋଇଛି। ଏବେ ଏହି ଦୁଇ ତାରକା କ୍ରିକେଟର ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ଏମାନଙ୍କ ବିରୋଧରେ ଉଚିତ ତଥା ପ୍ରାସଙ୍ଗିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ପ୍ରତ୍ୟେକ ମାମଲା ବ୍ୟକ୍ତିଗତ ଅଧାରରେ ବିଚାର କରାଯିବ ବୋଲି ଇସିବି ସ୍ପଷ୍ଟ କରିଛି।
ଭାରତୀୟଙ୍କୁ ପରିହାସ କରି ବଟଲର ଓ ମୋର୍ଗାନ ‘ସାର’ ଶବ୍ଦ ବ୍ୟବହାର କରିଥିଲେ। ୨୦୧୨-୧୩ରେ ଦ୍ରୁତ ବୋଲର ଓଲି ରବିନଶନ ଆପତ୍ତିଜନକ ଟୁଇଟ୍‌ କରିଥିଲେ। ଫଳରେ ଇସିବ ତାଙ୍କୁ ସସ୍‌ପେଣ୍ଡ କରିଥିଲା। ଏହାକୁ ଭିତ୍ତିକରି ଏହି ଦୁଇ କ୍ରିକେଟର ଟୁଇଟ୍‌ କରି ଭାରତୀୟଙ୍କୁ ପରିହାସ କରିବାକୁ ପ୍ରୟାସ କରିଥିଲେ। ବଟଲର ଓ ମୋର୍ଗାନ ଉଭୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିଛନ୍ତି। ମୋର୍ଗାନ କୋଲକାତା ନାଇଟ୍‌ ରାଇଡର୍ସ ଓ ବଟଲର ରାଜସ୍ଥାନ ରୟାଲ୍ସ ତରଫରୁ ଏଥର ଆଇପିଏଲ୍‌ରେ ପ୍ରତିନିଧିତ୍ୱ କରିଥିଲେ। ଇତିମଧ୍ୟରେ ୨୦୧୦ରେ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ସମଲିଙ୍ଗୀକୁ ନେଇ କରିଥିବା ଏକ ଟୁଇଟ୍‌କୁ ନେଇ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଛି। ସେତେବେଳେ ସେ ଯୁବ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। କ୍ରୀଡ଼ାରେ କୌଣସି ପ୍ରକାର ବର୍ଣ୍ଣବୈଷମ୍ୟବାଦକୁ ବରଦାସ୍ତ କରାଯିବ ନାହିଁ ବୋଲି ଇସିବି କହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.