ଟିକାକରଣରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

ଯାଜପୁର ଅଫିସ,୧୧।୬: ଯାଜପୁର ଜିଲାର କେତେକ କରୋନା ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଛି। ଏହାବାଦ୍‌ ଜିଲାରେ ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇଥିଲେ ହେଁ ବ୍ୟାସନଗର ସହରକୁ ଏଥିରୁ ବାଦ ଦିଆଯାଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରଥମ ଡୋଜ୍‌ ଟିକା ନେବାର ୮୪ଦିନ ପରେ ଦ୍ୱିତୀୟ ଟିକା ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ ବୁଧବାର ଫୋନ କରି ସୂଚନା ଦିଆଯାଇଥିଲା। ଫୋନ୍‌ରେ ସୂଚନା ପାଇବା ପରେ ବହୁ ବରିଷ୍ଠ ନାଗରିକ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ବହୁ ସଂଖ୍ୟାରେ ଆସି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ପହଞ୍ଚିଥିଲେ । ମାତ୍ର ସେମାନଙ୍କୁ ଦାୟିତ୍ୱରେ ଥିବା କର୍ମଚାରୀମାନେ ଆଜି ଟିକା ନାହିଁ, ଆସିଲେ ପୁଣି ଜଣାଇ ଦିଆଯିବ ବୋଲି କହି ଫେରାଇ ଦେଇଥିଲେ। ଫଳରେ ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି ଟିକା ନ ଥିଲା ଆମକୁ କାହିଁକି ଫୋନ କରି ଲକ୍‌ଡାଉନ ସମୟରେ ଡକାଗଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ହେଲେ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ କେହି ନ ଥିଲେ। ଏମିତି ଘଟଣା ଜିଲାର ଧର୍ମଶାଳା, ବଡ଼ଚଣା, ବରୀ, ବିଂଝାରପୁର, ରସୁଲପୁର ଓ ଦାନଗଦି ବ୍ଳକ ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି। ସେସବୁ ବ୍ଲକରେ ଟିକାଦାନ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି। ମଙ୍ଗଳବାରଠାରୁ ଯଦି କର୍ତ୍ତୃପକ୍ଷ ଟିକାକରଣ ବନ୍ଦ ପାଇଁ ବିଜ୍ଞପ୍ତି ଜାରି କରିଥିଲେ କାହିଁକି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡ଼କାଇ ଲୋକମାନଙ୍କୁ ହଇରାଣ କରାଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସେହିପରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବହୁ ବ୍ୟକ୍ତି ନିରାଶ ହୋଇ ଫେରିଥିବା ଖବର ମିଳିଛି। ବିଭାଗୀୟ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏହି ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି।
ସେହିପରି ୧୮ରୁ ୪୪ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟକ୍ରମ ଯାଜପୁର ଜିଲାରେ ସୋମବାରଠାରୁ ଆରମ୍ଭ ହୋଇଥିଲା । ଏଥିପାଇଁ ଯାଜପୁର ଟାଉନରେ ପ୍ରଥମ ଦିନ ୩୦୦, ମଙ୍ଗଳବାର ୫୦୦ ଓ ବୁଧବାର ୧୦୦୦ ଡୋଜ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା । ପୂର୍ବରୁ ପଞ୍ଜିକରଣ କରାଇ ଏବଂ ସ୍ଲଟ୍‌ ପାଇଥିବା ଯୁବପିଢୀ ଟିକା ନେବାକୁ ଆଗ୍ରହ ପ୍ରକାଶ କରିଥିବା ପରିଲକ୍ଷିତ ହୋଇଥିଲା। ସମସ୍ତଙ୍କୁ ଟିକା ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରି ସାରିଥିଲେ ସୁଦ୍ଧା ଯାଜପୁର ଟାଉନରେ କେବଳ ଟିକାଦାନ କେନ୍ଦ୍ର ଖୋଲା ଯାଇଥିବା ଯୋଗୁ ତା’ର ଫାଇଦା ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଲୋକଙ୍କୁ ମିଳିଛି। କିନ୍ତୁ ରାଜ୍ୟ ସରକାର କେବଳ ସହରାଞ୍ଚଳରେ ଥିବା ଜିଲା ମୁଖ୍ୟାଳୟରେ ହିଁ ଏହି ବର୍ଗର ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ବ୍ୟାସନଗର ପୌରାଞ୍ଚଳରେ ବି ଏକ ଟିକାଦାନ କେନ୍ଦ୍ର ଖୋଲି ସେଠାରେ ଟିକାଦାନ ବ୍ୟବସ୍ଥା କରିବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରେ ସେ କହିଛନ୍ତି, ଖୁବଶୀଘ୍ର ବ୍ୟାସନଗର ପୌରାଞ୍ଚଳରେ ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.