କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି ମୁଦ୍ରା ଏବଂ ୨୦ ନୋଟ୍ ସଂଗ୍ରହ କରି ସେ ରେକର୍ଡ ସୃଷ୍ଟି କରିଥିଲେ। ଏବେ ଅନ୍ଲାଇନ୍ ମାଧ୍ୟମରେ କ୍ଲାସ କରି ନିଜର ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ କୁଇଜ୍, ୱେବିନାର ଓ ୱାର୍କଶପରେ ଭାଗ ନେଇ ସେ ଅନେକ ପୁରସ୍କାର ଜିତିଛନ୍ତି। ଦୁଇ ହଜାରରୁ ଊର୍ଦ୍ଧ୍ୱ ଅନ୍ଲାଇନ୍ କ୍ଲାସ୍ କରି ସାର୍ଟିଫିକେଟ୍ ହାସଲ କରିବା ସହ ରେକର୍ଡ ସୃଷ୍ଟି କରିଛନ୍ତି। କମ୍ ବୟସରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦିବ୍ୟଜ୍ୟୋତି। ବାପା ବିଜୟା ଜେନା ଓ ମାଆ ନିହାରିକା ଜେନାଙ୍କ ଏକମାତ୍ର ପୁଅ ଦିବ୍ୟଜ୍ୟୋତି। ସେ ଏବେ କଟକ ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ର। ତାଙ୍କର ଏହି ଅନନ୍ୟ କୃତିତ୍ୱ ପାଇଁ ସବୁଠି ତାଙ୍କୁ ପ୍ରଶଂସା ମିଳୁଛି। ଏ ସମ୍ପର୍କରେ ଦିବ୍ୟଜ୍ୟୋତି କହିଛନ୍ତି, ଲକ୍ଡାଉନ୍ ସମୟରେ କଲେଜ କ୍ଲାସ୍ ବନ୍ଦ ରହିଥିଲା। ତେଣୁ ଖାଲି ବସିବା ଅପେକ୍ଷା ଅନ୍ଲାଇନ୍ରେ ଫ୍ରି କୋର୍ସ କରିବାକୁ ଇଚ୍ଛା ହେଲା। ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ମଧ୍ୟରେ ଦୁଇ ହଜାରରୁ ଅଧିକ ସାର୍ଟିଫିକେଟ୍ ଅନ୍ଲାଇନ୍ ମାଧ୍ୟମରେ ହାସଲ କରିପାରିଛି। ସେଥିମଧ୍ୟରୁ କିଛି ସାର୍ଟିଫିକେଟ୍ ହାସଲ କରି ଅର୍ଥରାଶି ମଧ୍ୟ ପୁରସ୍କାର ଆକାରରେ ପାଇଛି। ଆମାଜନ୍, ଅମିତ ୟୁନିଭର୍ସିଟି, ଆଇଆଇଟି କାନପୁର, ମାଇକ୍ରୋସଫ୍ଟ, ଏଚ୍ଡିଏଫ୍ସି ବ୍ୟାଙ୍କ, ଏନ୍ଆଇଟି ଆନ୍ଧ୍ରପ୍ରଦେଶ, ୟୁନାଇଟେଡ୍ ଇନ୍ଷ୍ଟିଚ୍ୟୁଟ୍ ଫର ଟ୍ରେନିଂ ଆଣ୍ଡ ରିସର୍ଚ୍ଚ, ବିଜେବି ଅଟୋନମସ କଲେଜ, କିଟ୍ ୟୁନିଭର୍ସିଟି, ସିଭି ରମନ୍ ଗ୍ଲୋବାଲ୍ ୟୁନିଭର୍ସିଟି, ନାଗପୁର ୟୁନିଭର୍ସିଟି, ୱାଲ୍ଡ ହେଲ୍ଥ ଅର୍ଗାନାଇଜେଶନ, ଦିଲ୍ଲୀ ଟେକ୍ନୋଲୋଜି ୟୁନିଭର୍ସିଟି, ପୁଡୁଚେରୀ ୟୁନିଭର୍ସିଟି ଆଦି ସଂସ୍ଥାରୁୁ ଅନ୍ଲାଇନ୍ ମାଧ୍ୟମରେ ସାର୍ଟିଫିକେଟ୍ ହାସଲ କରିଛି। ଏପରି କି ଲକ୍ଡାଉନ ସମୟରେ ଅନ୍ଲାଇନ୍ ମାଧ୍ୟମରେ ଅଧିକ ସାର୍ଟିଫିକେଟ୍ ହାସଲ କରି ଆମେରିକା ବୁକ୍ ଅଫ୍ ରେକର୍ଡରେ ସେ ନିଜ ନାମ ସାମିଲ କରିଛନ୍ତି। ଏଥିସହ ଦିବ୍ୟଜ୍ୟୋତି ଜେନା ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲି ଫ୍ରି ଅନ୍ଲାଇନ୍ କୋର୍ସ, କୁଇଜ୍ ଏବଂ ୱାର୍କଶପ ଉପରେ ସେ ମାଗଣାରେ ତଥ୍ୟ ଦେଉଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.